Img 20240520 Wa0173

ହଜାର ହଜାର ସମର୍ଥକଙ୍କ ଗହଣରେ ବିଜେଡି ର ବିଜୟ ସଂକଳ୍ପ ଯାତ୍ରା ଅନୁଷ୍ଠିତ

Politics State

ବାରିପଦା: ଆଜି ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରିପଦା ୱାର୍ଡ ନମ୍ୱର ୧୯ ଦାରୋଗାଡାହି ଗୋଲାଈଠାରୁ ବାରିପଦା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡି ଙ୍କ ନେତୃତ୍ୱରେ ଷଷ୍ଠଥର ପାଇଁ ଓଡିଶା ର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ରୂପେ ବସାଇବା ଏବଂ ମୟୁରଭଞ୍ଜ ଲୋକସଭା ଓ ବାରିପଦା ବିଧାନସଭା ରେ ବିଜେଡି ପ୍ରାର୍ଥୀକୁ ଜିତାଇବା ପାଇଁ ହଜାର ହଜାର ସମର୍ଥକଙ୍କୁ ନେଇ ବିପୁଳଭାବରେ ଭୋଟ ହାତେଇବାପାଇଁ ବିଜେଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ” ବିଜୟ ସଂକଳ୍ପ ଯାତ୍ରା ” ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଗତକାଲି ବିଜେପି ରେ ମିଶିଥିବା ଦୁଇଜଣ ଯୁବ ସଂଗଠକ ଅବିନାଶ ବେହେରା ଓ ଗୁରୁସାବନ ପାତ୍ର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେଡି ରେ ବାରିପଦା ର ଲଢୁଆ ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡିଙ୍କ ଦ୍ୱାରା ତିରିଶ ରୁ ଉର୍ଦ୍ଧ ସମର୍ଥକଙ୍କୁ ନେଇ ମିଶ୍ରଣ ହେଲେ l

ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ( ନଛି ), ବାଙ୍ଗରିପୋଷୀ ନିର୍ବାଚନ ମଣ୍ଡଳୀ ସଂଯୋଜକ ସୁନୀଲ ଦାଶ, ବାରିପଦା ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଭାତ କୁମାର ନାୟକ,ଜିଲ୍ଲା ମହିଳା ସଭାପତି ଦୀପ୍ତିଲତା ମିଶ୍ର, ନାରୀ ନେତ୍ରୀ ସୀମା ଦାସ,ମହିଳା ନେତ୍ରୀ ଶ୍ରାବଣୀ ଦାଶ,ସବିତା ବେହେରା,ବାରିପଦା ନିର୍ବାଚନ ମଣ୍ଡଳୀ ମିଡ଼ିଆ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ,ବିଜେଡି ନେତା ଅନନ୍ତ ଦାସ, ଛାତ୍ର ବିଜେଡି ସଭାପତି ସୁନୀଲ କୁମାର ନାୟକ,ରାଜ୍ୟ ସମ୍ପାଦକ ରାଜୀବ ଜେନା, ଟାଉନ ସଭାପତି ସେକ ଅମନ, ଯୁବ ସମ୍ପାଦକ ଆଶ୍ରିବାଦ ଦାସ, ଅଭାସ ଦେ, ଜୀତ ପଟ୍ଟନାୟକ,ସ୍ୱରୂପ ପଟ୍ଟନାୟକ, ଲିଟନ ମହାପାତ୍ର, ସୁଜିତ ମହାନ୍ତି , ଯୁବ ବିଜେଡି ସଭାପତି ଅରୁଣ ବରାଡ଼, ମନିସ ବେହେରା ପ୍ରମୁଖ ସମେତ ସମସ୍ତ କାଉନସିଲର, ଛାତ୍ର, ଯୁବ, ମହିଳା ବିଭାଗ ର କର୍ମୀ ମାନଙ୍କ ସୋମେତ ବିଜେଡି ସମର୍ଥକ ମାନେ ଯୋଗଦାନ କରିଥିଲେ l