Onn 3

ମୟୁରଭଞ୍ଜ ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦ ରେ ୨୫୦ରୁ ଉର୍ଧ୍ଵ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ: ଭଞ୍ଜସେନା

State

ବାରିପଦା: ଆଜି ସକାଳ 7 ଘଟିକା ଠାରୁ ଦିବା 2 ଘଟିକା ପର୍ଯ୍ୟନ୍ତ ଜିଲ୍ଲା ର କୋଣ, ଅନୁକୋଣରେ ସମସ୍ତ ଦାବୀ ନେଇ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଅବହେଳା ପ୍ରତିବାଦ ରେ ଯଥା :- ମା କୀଚକେଶ୍ବରୀ ମନ୍ଦିର ପାଇଁ ଆଖିଦୃଶିଆ ଅନୁଦାନ, ଶିମିଳିପାଳର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା ସହିତ ସୁରକ୍ଷା, ସମଗ୍ର ଜିଲ୍ଲା ରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ଅଭାବି ଡାକ୍ତର ନିଯୁକ୍ତି,ଆଦିବାସୀଙ୍କ ପୂଜାସ୍ଥଳୀ ଜାହିରା ପୀଠ ଗୁଡିକର ସ୍ଥାୟୀ ପଟ୍ଟା ପ୍ରଦାନ,ପର୍ଯ୍ୟଟନ ସ୍ଥଳୀର ବିକାଶ,ବାଙ୍ଗିରିପୋଷି -ଗୋରୁମହିସାଣି, ବାଦାମପାହାଡ଼ -କେନ୍ଦୁଝର ସହିତ କପ୍ତିପଦା ଉପଖଣ୍ଡ କୁ ନୂତନ ରେଳ ସଂଯୋଗୀକରଣ,ଶୁଳିଆପଦା ବ୍ଲକରେ କାଗଜକଳ ପ୍ରତିଷ୍ଠା,ଐତିହାସିକ ରାଜପ୍ରାସାଦର ପୁନରୁଦ୍ଧାର ସହ ସ୍ମାରକୀ କରଣ କରିବା,ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ,ଦୁଆରଶୁଣୀ ଘାଟିର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରିବା,ରାଇରଙ୍ଗପୁର ଓ ଯଶିପୁର ସହରରେ ବାଇପାସ ନିର୍ମାଣ କରିବା,ଅମର୍ଦା ଏୟାରଷ୍ଟ୍ରିପ ରୁ ବିମାନ ଉଡାଣ ସୁନିଶ୍ଚିତ କରିବା ଓ ଦାଣ୍ଡବୋଷ ଏୟାରଷ୍ଟ୍ରିପର ପୁନରୁଦ୍ଧାର କରିବା,ଜିଲାର ମଠ ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ପ୍ରଦାନ,ବୄହତ ଜଳାଶୟ ଗୁଡିକର ପୁନରୁଦ୍ଧାର, ଜିଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା କରିବା, ଖଣିଜ ଶିଳ୍ପ ପ୍ରତିଷ୍ଠା କରିବା,ଜୁବୁଲୀ ଲାଇବ୍ରେରୀର ପୁନରୁଦ୍ଧାର, ହରିପୁର ଗଡ଼କୁ ଜାତୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ,ଆବାସ ଯୋଜନା ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ବାଲି ଯୋଗାଇବା ସହ ନିର୍ମାଣ ସମୟସୀମାକୁ ବୄଦ୍ଧି କରିବା,ହୋମିଓ ପଥିକ ଏବଂ ଆୟୁର୍ବେଦିକ କଲେଜ ର ପୁନଃରୁଦ୍ଧାର,ଯୁକ୍ତ 2 କାଉନସିଲ ଅଫିସ ର ନିଜସ୍ୱ ଘର ନିର୍ମାଣ, କେବଳ କୋଠା ବାଡ଼ି ଓ ରଙ୍ଗରେ ସୀମିତ ନରଖି ୫-ଟି ଯୋଜନାରେ ସ୍କୁଲ ଗୁଡିକରେ ଉନ୍ନତ ଶିକ୍ଷା ପ୍ରଦାନ କରିବା ସହ ଜିଲାର ପ୍ରତ୍ୟେକ କୋଣ ଅନୁକୋଣର ମୌଳିକ ସମସ୍ୟା କୁ ନେଇ ଆଜି ସଂଗଠନ ର କର୍ମ କର୍ତା ମାନେ ପ୍ଲାକ କାର୍ଡ ଏବଂ ବେନର ଧରି ପ୍ରତିବାଦ ଜଣାଇବା ସହିତ ଫୋଟୋ ଆଉ ଭିଡିଓ କୁ ଶସିଆଲ ମିଡ଼ିଆ ମାଧ୍ୟମରେ ପୋଷ୍ଟ କରି ଅଭିନଵ ଉପାୟରେ ପ୍ରତିବାଦ ଜଣାଇ ଥିଲେ l ଏହା ପରେ ମଧ୍ୟ ଯଦି ଉଭୟ ସରକାର ଯଥା ଶୀଘ୍ର କର୍ଣ୍ଣପାତ ନ କରନ୍ତି ତାହେଲେ ପ୍ରତିଷ୍ଠାତା ଙ୍କ ଘାସଣl ଅନୁଯାୟୀ ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ବାରିପଦା ରେ ଏକ ବିଶାଳ ରାଲି କରାଯିବ l

ଏଥି ସହିତ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଆଜି ସଂଗଠନର ସମସ୍ତ କମିଟି ଭଙ୍ଗ କରିଛନ୍ତି ଏବଂ ବହୁତ ଶୀଘ୍ର ପର୍ଯାୟ କ୍ରମେ ନୂତନ ପୁରାତନ ସହିତ ଜିଲ୍ଲାର ବିକାଶ ପାଇଁ ସଂଗ୍ରାମ ମନୋଭାବ ଥିବା ଯୁବଛାତ୍ର ସଂଗଠକ ମାନଙ୍କୁ ହିଁ ପ୍ରାଧାନ୍ୟ ଦେଇ ନୂତନ କମିଟି ଗଠନ କରାଯିବ ବୋଲି ସୂଚନା ଦେଇଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି l