Onn 3

ରାଜ୍ୟ ସ୍ତରୀୟ କବାଡି ଚମ୍ପିୟାନସିପରେ ମୟୁରଭଞ୍ଜ ଦଳ

sports State

ବାରିପଦା : ଜବାହରଲାଲ ଷ୍ଟାଡିୟମ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ୭୧ ତମ ରାଜ୍ୟ ସ୍ତରୀୟ ଉଭୟ ପୁରୁଷ ଓ ମହିଳା କବାଡି ଚମ୍ପିୟାନସିପ -୨୦୨୪ ରେ ମୟୁରଭଞ୍ଜର ଉଭୟ ଦଳ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି I ପୁରୁଷ ଦଳରେ ମିହିର ରଞ୍ଜନ ବେହେରା, ଆୟୁଷ ଦଣ୍ଡପାଟ, ମାନସ ମହାପାତ୍ର, ଉଦୟ ନାଥ କର, ସପନ କୁମାର ସାହୁ, ମନୋଜ କୁମାର ଦାସ, ସୌରଭ ଦାସ, ଗୀତଗୌରବ ଚୌଧୁରୀ, ବିକ୍ରମ ସାହୁ, ଅଙ୍କିତ କୁମାର ବେହେରା, ଲକ୍ଷ୍ମୀଧର ବାଗ, ସାଇନାଥ ମହାରଣା ଏବଂ ମହିଳା ଦଳରେ ଦିପାଲି ସିଂ, ସୁମିତ୍ରା ସୋରେନ, ଅନାମିକା ସିଂ, ପ୍ରୀତି ପିପାସା ଅହଦର, କାଞ୍ଚନ ଟୁଡୁ, ମିତାଲି ମାଝୀ, ଠାକୁରମଣି ସିଂ, ଗୌରୀ ବାସ୍କେ, ରାନୁ ମୁର୍ମୁ, ଅନିଶା ଦାସ, ମାହି ସୋରେନ ଓ କୁମୁଦିନୀ ହେମ୍ବ୍ରମ ପ୍ରମୁଖ ସ୍ଥାନ ପାଇଛନ୍ତି I ପୁରୁଷ ଦଳର ମାନସ ରଞ୍ଜନ ବେହେରା ଓ ମହିଳା ଦଳର ସୋନାଲିକା ବେହେରା କୋଚ ଏବଂ ମ୍ୟାନେଜର ଭାବେ ଦଳ ସହ ଗସ୍ତ କରିବେ I ମହିଳା ଦଳ ପ୍ରଥମ ଥର ପାଇଁ ଏହି ଚମ୍ପିୟାନସିପରେ ଅଂଶ ଗ୍ରହଣ କରୁଛନ୍ତି ବୋଲି କବାଡି ସହ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ପ୍ରକାଶ କରିଛନ୍ତି I ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ଦୌଲତ ଚନ୍ଦ୍ରକର ଙ୍କ ସମେତ ଉପ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅମ୍ବିକା ରାଉତ, ଅଶୋକ ପଟ୍ଟନାୟକ, ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଶୁଭକାମନା ଜଣାଇଛନ୍ତି I