Onn 3

ସାଇବର ଠକେଇ ରୋକିବା ପାଇଁ “୧୯୩୦” ହେଲ୍ପଲାଇନ ନମ୍ବର ଜାରି କଲେ ଡିଜିପି

State

ଭୁବନେଶ୍ୱର: ମାତିଛନ୍ତି ସାଇବର ଲୁଟେରା । ଏହି ଅଦୃଶ୍ୟ ଲୁଟେରାଙ୍କ ପାଇଁ ଲୋକେ ତ୍ରାହି ତ୍ରାହି ଡାକିଲେଣି। ସଇବାର ଅପରାଧର ଶୀକାର ହୋଇ ଲୋକେ ଅଭିଯୋଗ କରିବାକୁ ଗଲେ ସହଯୋଗ ମିଳୁନି । ଏହାକୁ ନଜରରେ ରଖି କ୍ରାଇମବ୍ରାଞ୍ଚ ପକ୍ଷରୁ ସାଇବର ହେଲ୍ପଲାଇନ କଲସେଣ୍ଟର ଉଦଘାଟିତ ହୋଇଛି । ସାଇବର କ୍ରାଇମ ହେଲ୍ପଲାଇନ କଲସେଣ୍ଟରର ଉଦଘାଟନ କରିଛନ୍ତି ଡିଜିପି ସୁନୀଲ ବଂଶଲ । ଏହି କଲସେଣ୍ଟର ମାଧ୍ୟମରେ ସାଇବର ଠକେଇର ସମାଧାନ ପାଇଁ ସେବା ଯୋଗାଇ ଦିଆଯିବ । ୧୯୩୦ରେ ଅଭିଯୋଗ କରି ତୁରନ୍ତ ସହାୟତା ପାଇପାରିବେ ।

ତେବେ ସାଇବର ଠକାମୀ ରୋକିବା ପାଇଁ କ୍ରଇମବ୍ରାଞ୍ଚର ସାଇବର ସେଲ ପକ୍ଷରୁ ଏପରି କଲ ସେଣ୍ଟର ଖୋଲାଯାଇଛି । ଏହା ସହ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ ମଧ୍ୟ ଆରମ୍ଭ କରାଯାଇଛି । ଯେଉଁମାନେ ସାଇବର ଠକେଇର ଶିକାର ହୋଇଥିବେ ସେମାନେ ତୁରନ୍ତ ୧୯୩୦କୁ କଲ କରି ଜଣାଇଲେ ଠକର ମୋବାଇଲ ନମ୍ବର‌ ସହ ଯେଉଁ କଲରୁ କଲ ଆସୁଛି ତାର ଆଇପି ଆଡ୍ରେସ ବା ଆଇଏମଆଇ ନମ୍ବରକୁ ଶୀଘ୍ର ବ୍ଲକ କରିହେବ । ଫଳରେ ତୁରନ୍ତ ଠକଙ୍କୁ ଚିହ୍ନଟ ସହ ତା ଉପରେ କର୍ଯାନୁଷ୍ଠାନ ହୋଇପାରିବ।
ଯେ କୌଣସି ସ୍ଥାନରୁ ଡାଏଲ କରି ଅଭିଯୋଗ କରିପାରିବେ । ଏହି କଲସେଣ୍ଟର ୨୪ ଘଣ୍ଟା କାମ କରିବ । ଅର୍ଥ ଫେରିପାଇବା ନେଇ ତୁରନ୍ତ ପଦକ୍ଷେପ ନେବ ଏହି କଲସେଣ୍ଟର । ସେହିପରି ସାଇବର ଠକେଇ ନେଇ ଉଭୟ ଅନଲାଇନ ଓ ଅଫଲାଇନରେ ଅଭିଯାନ ଜାରି ରହିବ ।

ଖୋଲା ଯାଇଥିବା କଲ ସେଣ୍ଟରରେ ଏକକାଳୀନ ୧୦ଟି କଲକୁ ଉଠାଇଲା ଭଳି ସିଷ୍ଟମ୍ ରହିଛି । ଏହାସହ ସେଠାରେ ନିୟୋଜିତ କର୍ମଚାରୀଙ୍କୁ ମଧ୍ୟ କିପରି ସାଇବର ଠକେଇର କଲ ଆସିଲେ ଲୋକମାନଙ୍କୁ‌ ସହଯୋଗ କରିବେ ସେ ନେଇ ତାଲିମ ମଧ୍ୟ ଦିଆଯାଇଛି । ତେବେ ତିନୋଟି ସିଫ୍ଟରେ ୧୦ଜଣ ଲେଖାଏଁ ସାଇବର ତାଲିମପ୍ରାପ୍ତ ପୋଲିସ କର୍ମଚାରୀ ଡ୍ୟୁଟି କରି ଠକର ଚାଲ ଓ ଠକ କରିଥିବା ଠକେଇର ତଥ୍ୟ ରେକର୍ଡ କରିବେ । ଅର୍ଥାତ୍ କେହି ଠକେଇର ଶିକାର ହୋଇଥିଲେ ସେ ଏହି ୧୯୩୦ ହେଲ୍ପ ଡେସ୍କକୁ କଲ କଲେ ତୁରନ୍ତ ତାକୁ ସହାୟତା ଯୋଗାଇବେ ସାଇବର ହେଲ୍ପ ଡେସ୍କ କର୍ମଚାରୀ ।