Onn 3

ଇଣ୍ଡିଆ ମେଣ୍ଟ ମୟୁରଭଞ୍ଜ ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

State

ବାରିପଦା: ଆଜି ଇଣ୍ଡିଆ ମେଣ୍ଟ ମୟୁରଭଞ୍ଜ ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ମେନ୍ ମାର୍କେଟ (ସେବାସଂଘ ହଲ ସମ୍ମୁଖରେ) ପାଳନ ହୋଇଯାଇଛି। ବାରିପଦା ନଗର କଂଗ୍ରେସ ସଭାପତି ଶାନ୍ତନୁ ପାଲ ଙ୍କ ପୌରହିତ୍ୟରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଜନ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମସ୍ତେ ମିଶି ଏକ ସ୍ବରରେ ଜାତୀୟ ଗାନ ଗାଇଥିଲେ ଓ ସମ୍ବିଧାନ ବଞ୍ଚାଅ ର ନାରା ଦେଇଥିଲେ। ଉପସ୍ଥିତ ଜନଗଣଙ୍କୁ ସିପିଆଇ ଜିଲ୍ଲା ସଂପାଦକ ଜଗବନ୍ଧୁ ମିଶ୍ର ଦେଶର ଗଣତନ୍ତ୍ର, ସ୍ବାଧୀନତା,ଏକତା ଅଖଣ୍ଡତା, ସାର୍ବଭୌମତ୍ୱ , ସମାଜବାଦ ଓ ସମ୍ବିଧାନ ସୁରକ୍ଷା ପାଇଁ ସଂକଳ୍ପ ପାଠ କରାଇଥିଲେ। ସିପିଏମ ଜିଲ୍ଲା ସମ୍ପାଦକ ରବି ଗୋସ୍ୱାମୀ, ଅମଲ ଦେ ଆରଏସ୍ଏସ୍ ପରିଚାଳିତ ବିଜେପି ସରକାର ସମୟରେ ଦେଶର ସମ୍ବିଧାନ କ୍ଷତାକ୍ତ ଏବଂ ଭୁଲୁଣ୍ଠିତ ହୋଇଥିବା ବେଳେ ଏହାକୁ ବଞ୍ଚାଇ ରଖିବାକୁ ହେଲେ ବହୁମୂଲ୍ୟ ଦେବାକୁ ଆମେ ପ୍ରସ୍ତୁତ ବୋଲି କହିବା ସହ ସମ୍ବିଧାନ ବଞ୍ଚାଅ- ଗଣତନ୍ତ୍ର ବଞ୍ଚାଅ- ଦେଶ ବଞ୍ଚାଅ ର ଶପଥ ପ୍ରତ୍ୟେକ ସଚେତନ ନାଗରିକ ଙ୍କ ଆଜିର ଆହ୍ଵାନ ହେଉ ବୋଲି ମତପ୍ରକାଶ କରିଥିଲେ।

ଆଜିର ଏହି ଦିବସରେ କଂଗ୍ରେସ ଦଳର ପୂର୍ବତନ ମନ୍ତ୍ରୀ ସରସ୍ଵତୀ ହେମ୍ବ୍ରମ, ଅଶୋକ ଅଧିକାରୀ, ଜ୍ୟୋତି ପ୍ରକାଶ ରଥ, ମହିଳା ସଭାନେତ୍ରୀ ସୁସ୍ମିତା ଘୋସାଲ, ଟାଉନ ମହିଳା ସଭାନେତ୍ରୀ ରଶ୍ମିତା ମିଶ୍ର, ନାରୀନେତ୍ରୀ ଇତିଶ୍ରୀ ମିଶ୍ର, ଓ୍ବାହେଦା ଏହମ୍ମଦ, ଏଲଡିଏମ୍ ଶିବାନନ୍ଦ ଦାସ, ଯୁବନେତା ବିକାଶ ମହାଭୋଇ, ଛାତ୍ରନେତା ମୋତି ପ୍ରକାଶ ଦାସ, ଦୀପକ ଦାଶ, ସ୍ବାଗନ ଦାସ,ନିର୍ମଳ ପ୍ରଧାନ, ପ୍ରୋମଦ ହେମ୍ବ୍ରମ, ସିପିଆଇ ପକ୍ଷରୁ ଶ୍ରୀକାନ୍ତ ସାମଲ, ସୁଦର୍ଶନ ରାଉଳ, ସମାଜସେବୀ ରାଜ କିଶୋର ଅଗ୍ରୱାଲ, ସିପିଏମ ପକ୍ଷରୁ କ୍ଷିତିଶ ସାସମଲ,ସେକ ରିଜୁଆନ, ଅକ୍ଷୟ ଖୁଣ୍ଟିଆ,ଆପ ପକ୍ଷରୁ ବିଶ୍ବ ବିଜୟୀ ପଣ୍ଡା, ବାସୁଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।