Onn 3

ଇଲେକଟୋରାଲ ରୋଲ ପର୍ଯ୍ୟବେକ୍ଷକଙ୍କ ବାରିପଦା ନିର୍ବାଚନ ମଣ୍ଡଳୀ ପରିଦର୍ଶନ

State

ବାରିପଦା: ଆଜି ତା ୧୯.୧୧.୨୦୧୩ ରିଖ ରବିବାର ଦିନ, ଇଲେକଟୋରାଲ ରୋଲ ପର୍ଯ୍ୟବେକ୍ଷକ ଡଃ ଏନ ତିରୁମାଲା ନାଏକ , ମୟୁରଭଞ୍ଜ ଜିଲ୍ଲାର ବାରିପଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ପରିଦର୍ଶନ କରିଥିଲେ। ସୂଚନା ଥାଉକି ଏହି ପର୍ଯ୍ୟବେକ୍ଷଣ ସମୟରେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ବାରିପଦା ଉପଖଣ୍ଡର ଉପଜିଲ୍ଲାପାଳ ତଥା ଇଲେକଟୋରାଲ ରୋଲ ଅଫଫିସର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ , ଡଃ ତିରୁମାଲାଙ୍କ ସହିତ ଏହି ପରିଦର୍ଶନରେ ସମସ୍ତ ବୁଥ ଭ୍ରମଣ କରାଇ ଥିଲେ। ସମସ୍ତ ଇଲେକ୍ସନ ବୁଥ ପର୍ଯ୍ୟବେକ୍ଷଣ କରି ଡଃ ତିରୁମାଲା ସମସ୍ତ ବି.ଏଲ.ଓ ମାନଙ୍କ ସହିତ କଥା ହୋଇଥିଲେ ଏଠି ସହିତ ଆଗାମୀ ନିର୍ବାଚନ କୁ ସମ୍ପୂର୍ଣ ରୂପେ ତ୍ରୁଟି ମୁକ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ।

ଇତ୍ୟବସରରେ ଡଃ ତିରୁମାଲା, ଶ୍ରୀ ଅଗ୍ରୱାଲ, ଶ୍ରୀ ନାୟକ ଙ୍କ ସମେତ ଅନ୍ୟାନ୍ୟ ଅଧିଆକରି ମାନେ ନୂତନ ଆବେଦନକାରୀଙ୍କ ଲିଷ୍ଟ ସଂଶୋଧନ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହି ଇଲେକଟୋରାଲ ବୁଥ ପରିଦର୍ଶନ ସହିତ ସ୍ଥାନୀୟ ଗୁଆହାଲଡିହି ସ୍ଥିତ ସବାଇ ଘାସ ଉତ୍ପାଦନ କେନ୍ଦ୍ର, ଏବଂ ଲକ୍ଷ୍ମୀପୋସି ସ୍ଥିତ ଦୁଗ୍ଧାଳୟ ଫାର୍ମ ପରିଦର୍ଶନ କରିଥିଲେ । ଆଗାମୀ ସାଧାରଣ ନିର୍ବାଚନକୁ କିଭଳି ତ୍ରୁଟି ମୁକ୍ତ କରାଯିବ ଏ ନେଇ ଡଃ ତିରୁମାଲା ସମସ୍ତ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ।