Onn 3

ସାମ୍ପ୍ରଦାୟିକ ବିଜେପି ଓ ଭ୍ରଷ୍ଟ ବିଜେଡି ସରକାର କୁ ପରିଜିତ କରିବା ପାଇଁ ବାମ ଗଣତାନ୍ତ୍ରିକ ଧର୍ମ ନିରପେକ୍ଷ ଶକ୍ତି ଙ୍କ େଐକ୍ୟବଦ୍ଧ ବିକଳ୍ପ ପାଇଁ ସିପିଆଇ ର ପ୍ରସ୍ତୁତି

Politics State

ବାରିପଦା: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ମୟୁରଭଞ ଜିଲା ପରିଷଦ ବୈଠକ ଜିଲା କାର୍ଯ୍ୟାଳୟ ତୁଳସୀଚଉରା ଠାରେ ଅନୁଷ୍ଠିତ ହୋଇ ସାମ୍ପ୍ରଦାୟିକ ତାନାସାହି ବିଜେପି ର କୁଶାସନ ର ଅବସାନ ଓ ଭ୍ରଷ୍ଟ ବିଜେଡି ଅରାଜକତାର ଅବସାନ ପାଇଁ ରାଜ୍ୟର ସମସ୍ତ ବାମ ଗନତାନ୍ତ୍ରିକ ଓ ଧର୍ମ ନିରପେକ୍ଷ େଐକ୍ୟବଦ୍ଧ ବିକଳ୍ପ ପ୍ରତିଷ୍ଠା ପାଇଁ ସିପିଆଇ ପକ୍ଷରୁ ମୟୁରଭଞ ଜିଲାବ୍ୟାପୀ ବ୍ୟାପକ ରାଜନୈତିକ ଖସଡା ପ୍ରସ୍ତୁତ କରାଯାଇଅଛି । ସିପିଆଇ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଡା. ପ୍ରଶାନ୍ତ ମିଶ୍ର ଏହି ବୈଠକ କୁ ଉଦ୍‌ଘାଟନ କରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସାଂଗଠନିକ ଭାବେ ଶକ୍ତିଶାଳୀ ହେଲେ ହିଁ ସମସ୍ତ ବାମପନ୍ଥୀ ଗନତାନ୍ତ୍ରିକ ଧର୍ମ ନିରପେକ୍ଷ ଶକ୍ତି କୁ େଐକ୍ୟବଦ୍ଧ କରିପାରିବ ବୋଲି ସୂଚନା ଦେଇ ସମଗ୍ର ଜିଲାରେ ପ୍ରତ୍ୟେକ ପଞ୍ଚାୟତ , ବ୍ଲକ ଓ ଜିଲାସ୍ତରରେ ସାଂଗଠନିକ ଭିତ୍ତି ସୁଦୃଢ କରିବା ସହ ଜନ ଆନ୍ଦୋଳନ କୁ ତେଜିୟାନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଅନ୍ୟତମ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ ବିଜେପି ସରକାର ଙ୍କ ଜନ ବିରୋଧି ନୀତି ବିରୋଧରେ ସଂଯୁକ୍ତ କିଶାନ ମୋର୍ଛା , କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମାନଙ୍କ ସଂଯୁକ୍ତ ମୋର୍ଛା ଓ ବିଭିନ୍ନ ସଂଗଠନ ପକ୍ଷରୁ ମିଳିତ ଭାବେ ଚଳିତ ନଭେମ୍ବର ୨୬,୨୭ ଓ ୨୮ ତିନିଦିନ ଧରି ଭୂବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ମହାଧାରଣା ପରିପ୍ରେକ୍ଷୀରେ ସିପିଆଇ ପକ୍ଷରୁ ଏହି ମହାଧାରଣା କୁ ସମର୍ଥନ କରିବା ସହ ମସସ୍ତ ଗଣସଂଗଠନର ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଆହ୍ୱାନ ଦେଇଛନ୍ତି ।

ସେହିଭଳି ଓଡିଶା ରେ ବନ୍ଦ କଳ କାରଖାନାର ପୁଃନଉଦ୍ଧାର , କୃଷିଭିତ୍ତିକ ଶିଳ୍ପ କୁ ଅଗ୍ରାଧିକାର , ମନରେଗା ଶ୍ରମିକ କୁ ବାର୍ଷିକ ୨୪୦ ଦିନର କାମ ସହ ଦୈନିକ ମଜୁରୀ ୭୫୦ ଟଙ୍କା ପ୍ରଦାନ , ସମସ୍ତ ସାମାଜିକ ନିରାପତ୍ତା , ନିର୍ମାଣ ଶ୍ରମିକ ଙ୍କ ସମସ୍ତ ପ୍ରାପ୍ୟ ପ୍ରଦାନ , ସ୍କିମ ଓାର୍କର ଯଥା ଅଙ୍ଗନଓାଡି , ଆଶାକର୍ମୀ , ମାଧ୍ୟାନ୍ନ ଭୋଜନ ପାଚିକା ସହାୟକ ଙ୍କ ଭତ୍ତା ବୃଦ୍ଧି ସମେତ ଓଡିଶା ରେ ଶ୍ରମିକ ଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି , ବିଦ୍ୟୁତ କର୍ମଚାରୀ ଙ୍କ ବେତନ ସଂଶୋଧନ ଇତ୍ୟାଦି ଦାବୀରେ ଏଆଇଟିୟୁସି ଦ୍ୱାରା ଆହୂତ ରାଜ୍ୟସ୍ତରୀୟ ଶ୍ରମିକ ମହାଧାରଣାର ସଫଳତା ପାଇଁ ଜିଲାର ସବୁ ଅଞ୍ଚ ଳରୁ ବହୁ ସଂଖ୍ୟକ ଶ୍ରମିକ କର୍ମଚାରୀ ଯୋଗ ଦେବାକୁ ଆହ୍ୱାନ ଦିଆଯାଇଅଛି । ଜିଲା ସଂପାଦକ ସାଥି ଜଗବନ୍ଧୁ ମିଶ୍ର ବିବରଣୀ ଉପସ୍ଥାପନ କରିବା ସହ ପାର୍ଟି ସଂଗଠନ ବୃଦ୍ଧି ର ଖସଡା ଉପସ୍ଥାପନ କରିଥିଲେ । ଏହି ବୈଠକରେ ସାଥି ଶ୍ରୀକାନ୍ତ ସାମଲ ସଭାପତିତ୍ୱ କରିଥିବାବେଳେ ଜୋନ ଓ ଜିଲା କମିଟି ପକ୍ଷରୁ ବଳରାମ ମହାନ୍ତ , ରଥ ସିଂ , ସୁଦର୍ଶନ ରାଉଳ, ପରମେଶ୍ୱର ମହାନ୍ତ ବଳରାମ ମୁର୍ମୁ , ଅନୀତା ପାତ୍ର , ନିରଞନ ମହାନ୍ତ ପ୍ରମୁଖ ଙ୍କ ସମେତ ଅନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ ।