Onn 3

ଭଂଜପୁର ଜଗଦ୍ଧାତ୍ରୀ ପୂଜା ଚଳିତ ବର୍ଷ ଦର୍ଶକ ଙ୍କ ଆକର୍ଷଣ ବୃଜ ଖଲିଫାର ତୋରଣ ସଜ୍ଜା

State

୩୫୦ ଗୋଟି ଷ୍ଟଲ ପ୍ରଦର୍ଶିତ ହେବ ମେଳା ପଡ଼ିଆରେ

ବାରିପଦା : ସ୍ଥାନୀୟ ଭଂଜପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ମା’ ଜଗଦ୍ଧାତ୍ରୀଙ୍କ ୭୧ ତମ ପୂଜା ଅବସରରେ ଆୟୋଜିତ ହେବାକୁ ଥିବା ୨୯ ତମ ମେଳା ଉପଲକ୍ଷେ ସଜେଇ ହେଉଛି ମେଳା ପଡିଆ I ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ମେଳା କମିଟି ଅଧ୍ୟକ୍ଷ ତଥା ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ୱାର୍କିଙ୍ଗ କମିଟି ଚେୟାରମ୍ୟାନ ତଥା ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ, ମେଳା କମିଟି ଉପାଧ୍ୟକ୍ଷ ଜ୍ଞାନ ରଂଜନ ଦାଶ, ସାଂସ୍କୃତିକ ସମ୍ପାଦକ ମାନସ ମହାନ୍ତି, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ଏ ବର୍ଷ ପୂଜା ଓ ମେଳା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ I ପାରମ୍ପରିକ ରୀତିନୀତିରେ ମା’ ଙ୍କ ପୂଜା ଚଳିତ ମାସ ୨୧ ତାରିଖରେ ହେବ I ମେଳା ଚଳିତ ମାସ ୨୬ ତାରିଖରୁ ଡିସେମ୍ବର ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବ I ମେଳାରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ମୋଟ ୩୫୦ ଟି ଷ୍ଟଲ ପ୍ରଦର୍ଶିତ ହେବ ତଥା ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପାରିବେଷିତ ହେବ I

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, ବକ୍ତୃତା, ସଂଗୀତ ଓ କୁଇଜ ପ୍ରତିଯୋଗିତା ଚଳିତ ମାସ ୨୨ ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ I ନିଜ ନିଜର ଅନୁଷ୍ଠାନ ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ଏହି ପ୍ରତିଯୋଗିତା ମାନଙ୍କରେ ଅଂଶ ଗ୍ରହଣ କରିପାରିବେ ଅଥବା କୁମାର୍ସ କ୍ଲବରେ ମଧ୍ୟ ନିଜ ନାମ ପଞ୍ଜିକରଣ କରିପାରିବେ I ମେଳାରେ ପ୍ରବଳ ଜନସମାଗମକୁ ଲକ୍ଷ୍ୟ କରି ଏ ବର୍ଷ ମଧ୍ୟ ସି ସି ଟି ଭି କ୍ୟାମେରା, ଅଗ୍ନିନିର୍ବାପନ ଯନ୍ତ୍ର ତଥା ବ୍ୟାପକ ଟ୍ରାଫିକ ବ୍ୟବସ୍ଥା କରାଯିବ ବୋଲି ମେଳା କମିଟି ଅଧ୍ୟକ୍ଷ ଶ୍ରୀ ମାରାଣ୍ଡି ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ସହ ଶାନ୍ତିଶୃଙ୍ଖଳା ସହ ମେଳାକୁ ଉପଭୋଗ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି I ସାଂସ୍କୃତିକ ମଞ୍ଚରେ ରେକର୍ଡ ଡ୍ୟାନ୍ସରେ ଅଂଶ ଗ୍ରହଣ କରିବା ପାଇଁ ପ୍ରାୟ ୧୫୦ ଜଣ ପ୍ରତିଯୋଗୀ ପଞ୍ଜିକରଣ କରିଥିବାରୁ ଅନ୍ୟତମ ସାଂସ୍କୃତିକ ସମ୍ପାଦକ ପ୍ରିତମ ପଣ୍ଡାଙ୍କ ନେତୃତ୍ୱରେ ଆଜି କୁମାର୍ସ କ୍ଲବରେ ଅଡିସନକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଡିସେମ୍ବର ୩ ତାରିଖ ଦିନ କମିଟି ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ମେଳା ପଡିଆରେ ଅନୁଷ୍ଠିତ ହେବ I ଦୁବାଇ ସ୍ଥିତ ବୃଜ ଖଲିଫା ଓ ଆକର୍ଷଣୀୟ ଆଲୋକସଜ୍ଜା ଦର୍ଶକଙ୍କ ମନ ମୋହିବ ବୋଲି ଆଶାକରାଯାଏ I