Onn 3

ବିଲରେ ଜନ୍ତୁ ଚରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ: ୫ ମୃତ

National & International State

firing

ମଧ୍ୟପ୍ରଦେଶର ଦତିୟା ଜିଲ୍ଲାରେ ଜନ୍ତୁ ଚରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ୫ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି । ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନର ରେଡା ଗ୍ରାମରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ସିଭିଲ ଲାଇନ ଥାନା ଅଞ୍ଚଳରେ ରେଡା ଗାଁରେ ପାଲ ଏବଂ ଡାଙ୍ଗି ସମ୍ପ୍ରଦାୟର କିଛି ଲୋକଙ୍କ ମଧ୍ୟରେ ବିଲରେ ଜନ୍ତୁ ଚରାଇବାକୁ ନେଇ ଝଗଡା ହୋଇଥିଲା । ଏହି ଝଗଡାକୁ ନେଇ ଗାଁରେ ପଞ୍ଚାୟତ ଡକାଯାଇଥିଲା । ଏହି ସମୟରେ ଡାଙ୍ଗି ଏବଂ ପାଲ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହିତ ଗୁଳି ବିନିମୟ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୫ ଜଣ ଏଥିରେ ଆହତ ହୋଇଥିବା ଜଣାପଡିଛି । ଆହତ ହୋଇଥିବା ଲୋକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ଥଳରେ ପୋଲିସ ନିୟୋଜିତ ରହିଛି । ଏହା ପୂର୍ବରୁ ବିହାରର ମୁଜଫରପୁରରେ ଆଇନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇ ହତ୍ୟା କରାଯାଇଥିଲା। ବିଳମ୍ବିତ ରାତିରେ ଜଣେ ଓକିଲଙ୍କ ଘରେ ପଶି ୫ଜଣଙ୍କୁ ଗୁଳି କରାଯାଇଥିଲା। ଯେଉଁଥିରେ ଜଣେ ଜମିବାଡି ଡିଲର ଏବଂ ଜଣେ ବଡିଗାର୍ଡଙ୍କ ମୃତ୍ୟୁ ଘଟିଥିଲା।

ଏହି ମାମଲାକୁ ନେଇ ରାଜନୈତିକ ବାଦବିବାଦ ଆରମ୍ଭ ହୋଇଯାଇଛି । କଂଗ୍ରେସ ଅଧ୍ୟକ୍ଷ କମଲନାଥ ରାଜ୍ୟ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।