Onn 3

ରାଜ୍ୟରେ ସ୍କ୍ରବ ଟାଇଫସକୁ ନେଇ ବଢୁଛି ଚିନ୍ତା, ସୁନ୍ଦରଗଡ଼ରେ ଜଣେ ମୃତ

State

scr

ସୁନ୍ଦରଗଡ଼ : ଡେଙ୍ଗୁ ପରେ ରାଜ୍ୟରେ ସ୍କ୍ରବ ଟାଇଫସକୁ ନେଇ ବଢୁଛି ଚିନ୍ତା । ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ୍। ଜିଲ୍ଲାରେ ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ସ୍କ୍ରବ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ସୁସ୍ଥ ରହିଥିବା କହିଛନ୍ତି ଭାରପ୍ରାପ୍ତ ସିଡିଏମଓ କାହ୍ନୁଚରଣ ନାୟକ ।

ସେହି ରୋଗୀ ଜଣକ ପ୍ରାୟ ୨୦ଦିନ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ମଧ୍ୟ ସେ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ଏହାର ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି ଭାରପ୍ରାପ୍ତ ସିଡିଏମଓ କାହ୍ନୁଚରଣ ନାୟକ । ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଚିଗର ନାମକ କୀଟ କାମୁଡିବା ଦ୍ବାରା ଏହା ବ୍ୟାପୁଛି। ଏହାର ଲକ୍ଷଣ ଜ୍ବର ଲାଗି ରହିବା,ମୁଣ୍ଡ ବିନ୍ଧା ବୋଲି କୁହାଯାଇଛି।