Onn 3

ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ପୁରୀ-କୋଲକାତା ବସ୍‌ ନେଉଛନ୍ତି ମନଇଚ୍ଛା ଭଡ଼ା

State

ବାଲେଶ୍ୱର : ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା ଘଟଣା। ଏହି ଦୁଃଖଦ ସମୟରେ ପୁରୀରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ସ୍ପେଶାଲ ବସ୍‌ ଗୁଡ଼ିକ ମନଇଛା ଭଡ଼ା ନେଉଛନ୍ତି। ଫଳରେ ବିପଦର ରହି ମଧ୍ୟ ଯାତ୍ରୀମାନେ ଶୋଷଣର ଶିକାର ହେବାକୁ ପଡୁଛି। ଏପରି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପରିବହନ ବିଭାଗ ଓ ପୋଲିସ ପ୍ରଶାସନକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପରେ ବାଲେଶ୍ୱର ରୁଟରେ ରେଳ ସେବା ପ୍ରଭାବିତ ହୋଇଛି। ଆଜି ପାଇଁ ଏକାଧିକ ଏକ୍ସପ୍ରେସ ସହ ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି। ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ବାହାନାଗା ଦୁର୍ଘଟଣା ପରେ ଏହି ରୁଟ୍‌ରେ ଯାଉଥିବା ବହୁ ଟ୍ରେନ୍‌କୁ ବାତିଲ୍‌ କରାଯାଇଥିବା ବେଳେ ଅନେକ ଟ୍ରେନ ଗୁଡ଼ିକର ଚଳାଚଳ ପ୍ରଭାବିତ ହୋଇଛି।