Invitation Card Distributed For Ram Mandir Protistha Utsav

ଅଯୋଧ୍ୟାରେ ରାମଲୀଳା ଙ୍କ ପ୍ରତିଷ୍ଠା ଉପଲକ୍ଷେ ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର ବଣ୍ଟନ

State

ବାରିପଦା: ଅଯୋଧ୍ୟାରେ ଚଳିତ ମାସ ୨୨ ତାରିଖରେ ହେବାକୁ ଥିବା ରାମଲୀଳା ଙ୍କ ପ୍ରତିଷ୍ଠା ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର ଵହଳଦା ମା’ କୀଚକେଶ୍ବର ମନ୍ଦିର ପ୍ରାଙ୍ଗଣରେ ବିଶ୍ବ ହିନ୍ଦୁ ପରିଷଦ ଆନୁକୁଲ୍ୟରେ ଏକ ବିଶାଳ ମହାଯଜ୍ଞ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂଜକ ଭାବେ ବିଜୁ ନନା,ବାବୁ ନନା ଏବଂ କର୍ତ୍ତା ଭାବେ ମନୋଜ ଅଗ୍ରୱାଲ ସସ୍ତ୍ରୀକ ଦାୟିତ୍ଵ ନିଭାଇଥିଲେ ।ଏହି ଭଵ୍ଯ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବିଶ୍ଵ ହିନ୍ଦୁ ପରିଷଦ ରାଜ୍ୟ ସତସଙ୍ଗ ପ୍ରମୁଖ ହରିହର ତ୍ରିପାଠୀ, ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ଵିଭାଗ ସଂପାଦକ ମଧୁସୂଦନ ଦାସ,,ବିଶ୍ବ ହିନ୍ଦୁ ପରିଷଦ ଜିଲ୍ଲା ସହ ସଂପାଦକ ଇଂ କମଳାକାନ୍ତ ନାଏକ,, ବଜରଙ୍ଗ ଦଳ ଜିଲ୍ଲା ସହ ସଂଯୋଜକ ମୃତ୍ୟୁଞ୍ଜୟ ପାଲ, ବିଭାଗ ସଂଘ ଚାଳକ ରତିକାନ୍ତ ବୈଦ୍ୟ, ଜିଲ୍ଲା ସଂଘ ଚାଳକ ଜଗବନ୍ଧୁ ମହାନ୍ତ, ଜିଲ୍ଲା ସଂଘ ସହ ଚାଳକ ପାଲେୟାର ପାଲିଆ, ହିନ୍ଦୁ ଜାଗରଣ ସାମୁଖ୍ୟ ଜିଲ୍ଲା ଉପସଭାପତି ନରେନ୍ଦ୍ର ସିଂ ଏବଂ ବହୁ ହିନ୍ଦୁ ସଂଗଠନର ମାନ୍ୟଗଣ୍ୟ ବ୍ୟକ୍ତି ସମେତ ବ୍ଳକ ସ୍ତରୀୟ କାର୍ଯ୍ୟକର୍ତ୍ତା ସମେତ ୧୨ ଟି ପଞ୍ଚାୟତର ସମସ୍ତ ପ୍ରତିନିଧି ସାମିଲ ହୋଇଥି ।

ଯଜ୍ଞ ପରେ ମା’ କୀଚକେଶ୍ବରୀ ମନ୍ଦିରରୁ ଏକ ସଂକୀର୍ତ୍ତନ ଦଳ,କଳଶ ଯାତ୍ରାରେଵହୁ ସଂଖ୍ୟାରେ ହିନ୍ଦୁ ଓ ସନାତନ ପ୍ରେମୀ ରାମଙ୍କ ଫଟୋ ଏବଂ କୁନିକୁନି ପିଲାମାନେ ରାମ,ଲକ୍ଷ୍ମଣ,ସୀତା ବେଶରେ ସହର ପରିକ୍ରମା କରି ମନ୍ଦିରକୁ ଫେରିଥିଲେ । ୧୨ ଟି ପଞ୍ଚାୟତର କାର୍ଯ୍ୟକର୍ତ୍ତାଙ୍କୁ ଅକ୍ଷତ କଳଶ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଥିଲା ।ଜୟ ଶ୍ରୀ ରାମ ନାରାରେ ସହର ପ୍ରକମ୍ପିତ ହୋଇ ଉଠିଥିଲା । ସହର ସଂପୂର୍ଣ୍ଣ ରାମ ସଂସ୍କୃତି ମୟ ଓ ଭକ୍ତିମୟ ପରିବେଶ ହୋଇ ଉଠିଥିଲା ।ପରେ ମନ୍ଦିର କମିଟି ତରଫରୁ ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତନୁ ମହାନ୍ତି,ବିଜୁ ସାହୁ, ବିରଞ୍ଚି ମହାନ୍ତ, ଦଶରଥ ମଣ୍ଡଳ,ବିଟୁ ପାଲ,ରିଟୁ ପାଲ,ଦଶରଥ ମଣ୍ଡଳ, ଘାସିରାମ ପାତ୍ର, ମହାତ୍ମା ଦିକ୍ଷୀତ,ରାଜ କୁମାର ରଜକ, ଜୟନ୍ତ ମହାପାତ୍ର,ବିକାଶ ଦାସ ସମେତ ବିଭିନ୍ନ ସଂଗଠନର ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ ।