Biparjay Karmasala

ରାସାୟନିକ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧରେ ରାଜ୍ୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

State

ବାରିପଦା: ଅତିରିକ୍ତ ଜିଲ୍ଲାପାଳ (ରାଇରଙ୍ଗପୁର), ଶ୍ରୀ ଦୌଲତ ଚନ୍ଦ୍ରକାର ଙ୍କ ଅଧ୍ୟକ୍ଷତାରେ ରାସାୟନିକ ବିପର୍ଯ୍ୟୟ ସମ୍ବନ୍ଧରେ ରାଜ୍ୟ ସ୍ତରୀୟ କର୍ମଶାଳା ଆଜି ଜାତୀୟ ସୂଚନା କେନ୍ଦ୍ର, ବାରିପଦା ଠାରେ ଆୟୋଜିତ ହୋଇଥିଲା। ଆଭାସୀ ମାଧ୍ୟମରେ ଏହି କର୍ମଶାଳା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ,ଦ୍ୱାରା ସଂଚାଳନ ହୋଇଥିବା ବେଳେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିକାରୀଗଣଙ୍କୁ ନେଇ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାର ଆଭିମୁଖ୍ୟ ଏହା ଥିଲାଯେ ଯେକୌଣସି ପ୍ରକାର ରାସୟାନିକ ବିପର୍ଯ୍ୟୟ ସମୟରେ, କିଭଳି ଭାବେ ଜନସାଧାରଣ ମାନଙ୍କୁ ସ୍ଥାନାନ୍ତର, ସୂଚନା, ସ୍ୱାସ୍ଥ୍ୟଗତ ଏବଂ ସମସ୍ତ ଆନୁସଙ୍ଗିକ ସୁବିଧା ଭବିଷ୍ୟତକୁ ଆଖି ଆଗରେ ରଖି ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ଜୀବନ ଜୀବିକାର ସୁରକ୍ଷା ନିମନ୍ତେ ଯୋଗାଇ ଦିଆଯିବ। ତେଣୁ ଏହି ପରିପ୍ରେକ୍ଷୀରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କର୍ତୃପକ୍ଷ ସମସ୍ତ ଜିଲ୍ଲାପାଳ ଏବଂ ଏହି କର୍ମଶାଳାରେ ଯୋଗଦେଇଥିବା ଅଧିକାରୀ ମାନଙ୍କୁ ତଥା ଜରୁରୀକାଳୀନ ଅଧିକାରୀ ଏବଂ କର୍ତୃପକ୍ଷଙ୍କୁ ରାସାୟନିକ ବିପର୍ଯ୍ୟୟ ଏବଂ ଏହାର ସାମୟିକ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।

ଏଥି ସହିତ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସମେତ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସମସ୍ତ କାର୍ଯ୍ୟ ବିଷୟରେ କର୍ତୃପକ୍ଷ ଅବଗତ କରାଇଥିଲେ। ପ୍ରକାଶ ଥାଉକି, ଏହି ଆଧାରରେ ମୟୂରଭଞ୍ଜ ରେ ଆଗାମୀ ୯ ତାରିଖ ଦିନ ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ ଟେବୁଲ ଟପ କର୍ମଶାଳାର ଆୟୋଜନ କରାଯାଉଥିବା ବେଳେ ୧୧ ତାରିଖ ଦିନ ରାଇରଙ୍ଗପୁର ଠାରେ ଏକ ମକ ଡ୍ରିଲ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି। ଉକ୍ତ କର୍ମଶାଳାରେ ଡେପୁଟି କଲେକ୍ଟର (ଜରୁରୀକାଳୀନ), ସୁଶ୍ରୀ ଶ୍ରଦ୍ଧା ସୁମନ , ଶ୍ରୀ ଜଗବନ୍ଧୁ ମହାନ୍ତି, ଡ଼ି.ପି,ଓ, ମୟୂରଭଞ୍ଜ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ ଅବିନାଶ ପାଣି , ସହକାରୀ ସିଭିଲ୍ ଯୋଗାଣ ଅଧିକାରୀ, ବାରିପଦା, ଶ୍ରୀ ଧୀରଜ କୁମାର ଭୂୟାଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀ ଉମେଶ କୁମାର ପଣ୍ଡା, ସହକାରୀ ଅଗ୍ନିଶମ ଅଧିକାରୀ, ଶ୍ରୀ ଭବେନ୍ଦ୍ରନାଥ ଦେ ଏବଂ ଓଡିଶା ଡ଼ିଯାଷ୍ଟର ରାପିଡ୍ ଆକ୍ସନ୍ ଫୋର୍ସ ତଥା ଜିଲ୍ଲାର ସମସ୍ତ ଜରୁରୀକାଳୀନ ସେବାରେ ନିଯୁକ୍ତ କର୍ମକର୍ତ୍ତାଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଥବା ପ୍ରକାଶ।