Prosikhyan Sibiro

ଏକ ଦିବସୀୟ ଜେଆରସି ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଉଦଘାଟିତ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାମନଘlଟି ଉପଖଣ୍ଡ ଓ ପାଞ୍ଚପୀଢ ଅନ୍ତର୍ଗତ 12 ଗୋଟି ବ୍ଲକର ଜୁନିୟର ରେଡ୍ କ୍ରସ କାଉନସେଲରମାନଙ୍କୁ ନେଇ ବାଦାମପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରାଙ୍ଗଣରେ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସବିତା ବେହେରା ସଭାପତିତ୍ୱ କରିଥିଲେ I ପ୍ରାରମ୍ଭରେ ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ I ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜୁନିୟର ରେଡ୍ କ୍ରସ ଅଧିକାରୀ ଲଷ୍ମଣ କୁମାର ସ୍ୱାଇଁ ଯୋଗଦେଇ ପ୍ରାଥମିକ ଚିକିତ୍ସାରେ ଅନେକ ମୂଲ୍ୟବାନ ଜୀବନକୁ ବଞ୍ଚା ଯାଇ ପାରେ ବୋଲି ମତ ବ୍ୟକ୍ତ କରିଥିଲେ I

ସମ୍ମାନୀୟ ଅତିଥି ଭାବେ ଜାତୀୟ ସ୍ତରୀୟ ପ୍ରଶିକ୍ଷକ ସତ୍ୟ ନାରାୟଣ ଦାସ କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେI ପ୍ରଶିକ୍ଷକ ମନୋଜ କୁମାର ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ Iଫାଷ୍ଟେଡର ମିତା ହାଁସଦା, ବିପର୍ୟ୍ଯୟ ପରିଚାଳନାର ବିଜୟ କୁମାର ସୂତାର ଯୋଗ ଦେଇ ବିଭିନ୍ନ କୌଶଳମାନ ପ୍ରଦାନ କରିଥିଲେI ଏଥିରେ କାଉନସେଲର ହେମନ୍ତ କୁମାର ପ୍ରଧାନ, ବିଜୟ କଳା,ଚନ୍ଦନ ପାଣିଗ୍ରାହୀ, ରତିକାନ୍ତ ମହାନ୍ତ,ମହେନ୍ଦ୍ର ହାଁସଦା, ସୁଶାନ୍ତ କୁମାର ଦାସ,ଦିଲ୍ଲୀପ ପରିଡା ରଶ୍ମୀପ୍ରିୟା ସିଂ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେI