Image 1708396016

ମ୍ୟାଟ୍ରିକ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

State

ବଲାଙ୍ଗିର : ପରୀକ୍ଷା ପୂର୍ବରୁ  ଆତ୍ମହତ୍ୟା କଲେ ଦଶମ ଶ୍ରେଣୀର ପରୀକ୍ଷାର୍ଥୀ । ସ୍କୁଲ ହଷ୍ଟେଲର ଗାଧୁଆ ଘରେ ଝୁଲି ପଡିଲେ ଦଶମ ଶ୍ରେଣୀର ପରୀକ୍ଷାର୍ଥୀ । ଆଜି ମ୍ୟାଟ୍ରିକ ପରୀକ୍ଷା ଥିଲା । ମୃତକ ହେଲେ ତଳି ଉଡାର ଗାଁ ର ବିନାୟକ ପ୍ରଧାନ ।

ବଲାଙ୍ଗିର ବିଶ୍ୱାତ୍ମା ବିଦ୍ୟାମନ୍ଦିରରେ ପାଠ ପଢୁଥିଲେ ଛାତ୍ର ଜଣକ ।  ତେବେ ଆଜି ପାକ୍ଷା ପୂର୍ବରେ ସେ ନିଜେ ନିଜର ଜୀବନ ନେଇଥିବା କୁହାଯାଉଛି । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ବିନାୟକ। କିନ୍ତୁ ରାତିରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।