Img 20240223 Wa0318

ବାରିପଦା ଷ୍ଟାଡିୟମର ଉନ୍ନତିକରଣ ପାଇଁ ଆଭାସୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

State

ବାରିପଦା :  ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ବାରିପଦା ଷ୍ଟାଡିୟମର ଉନ୍ନତିକରଣ ପାଇଁ ଆଭାସୀ ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଏହି କାର୍ଯ୍ୟକ୍ରମରେ ଜିଲ୍ଲପାଳ ମୟୁରଭଞ୍ଜ ଆଶିଷ ଠାକରେ, ପୂର୍ବତନ ଉପ ବାସସ୍ପତି ସାନନ୍ଦ ମାର୍ଣ୍ଡି, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି, ପୂର୍ବତନ ବିଧାୟକ ଛତିଶ ଧଳ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଓ ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ରବୀନ୍ଦ୍ର କୁମାର ମହାନ୍ତି, ଅମର କୁମାର ସେଠି, ଅମ୍ବିକା ରାଉତ, ପ୍ରସନ୍ନଜିତ ମହାନ୍ତି, ହର ପ୍ରସାଦ ପାତ୍ର ଓ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହଙ୍କ ସମେତ ଓଡିଶା ଭଲିବଲ ଏସୋସିଏସନର ଉପ ସଭାପତି ମନୋରଞ୍ଜନ ଜୀଉ, ଓଡିଶା ବୋକ୍ସିଂ ଏସୋସିଏସନର ସହ ସମ୍ପାଦକ ବିଜୟ ଚନ୍ଦ୍ର ଦାସ, ବରିଷ୍ଠ ଖେଳାଳି ତଥା ସିନେ ତାରକା ଅସିତ ପତି, ପୂର୍ବତନ କୋଚ କୁମାର ରଞ୍ଜନ ପଣ୍ଡା, ବାରିପଦା ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଭିନ୍ନ ୱାର୍ଡର କାଉନସିଲର ସମେତ ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ I ଏହି ଅବସରରେ ନୂତନ ଜିଲ୍ଲାପାଳ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସଭାପତି ଆଶିଷ ଠାକରେଙ୍କୁ ଏସୋସିଏସନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା I ପ୍ରକାଶ ଥାଉକି ବାରିପଦା ଷ୍ଟାଡିୟମର ଉନ୍ନତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୧ କୋଟି ୯୬ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି I ଚଳିତ ମାସ ୨୭ ତାରିଖ ଦିନ ଷ୍ଟାଡିୟମରେ ନିର୍ମିତ ୬ଟି ଟର୍ଫ ଉଇକେଟ ସହ ଜିଲ୍ଲା କ୍ରିକେଟ ଏକାଡେମୀର ଶୁଭାରମ୍ଭ ପାଇଁ ଆଭାସୀ ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀ କରିବେ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସ ଜଣାଇଛନ୍ତି I