Img 20240223 Wa0311

ଓଡିଶା ମିଲେଟ୍ସ ମିଶନ ଆନୁକୂଲ୍ୟରେ ଭଲିବଲ ଖେଳ ପ୍ରତିଯୋଗିତା

State

ବାରିପଦା : ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓଡିଶା ମିଲେଟ ମିଶନ ପକ୍ଷରୁ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ପି ଆର ଏମ ମେଡିକାଲ କଲେଜର ସହକାରୀ ପ୍ରାଧ୍ୟାପିକା ଡଃ ସୁମିତ୍ରା ସୋରେନ ପୁରସ୍କାର ବିତରଣ କରିବା ସହ ମିଲେଟ ଜାତୀୟ ଖାଦ୍ୟ ସ୍ୱାସ୍ଥ୍ୟକର ଓ ପୃଷ୍ଟିସାର ହୋଇଥିବାରୁ ଖେଳାଳୀ ମାନଙ୍କ ପାଇଁ ଏହା ବେଶ ଉପଯୋଗୀ ବୋଲି ପ୍ରକାଶ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ମହାନ୍ତ, ତ୍ରିଲୋଚନ ଶବର, ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଖେଳାଳିଙ୍କୁ ପ୍ରମାଣ ପତ୍ର, ମେଡେଲ ଓ ମିଲେଟ ସ୍ନାକ୍ସ ପ୍ରଦାନ କରିଥିଲେ I

4ଟି ଦଳ ମଧ୍ୟରେ ଏହି ପ୍ରତିଯୋଗିତା ହୋଇଥିବା ବେଳେ ଫାଇନାଲ ଖେଳରେ ପି ସି ପୁର ରେଡ ପି ସି ପୁର ବ୍ଲୁ କୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ I ଲଘୁଶସ୍ୟ ଯଥା ମାଣ୍ଡିଆ, ସୁଆଁ, କାଙ୍ଗୁ, ଜହ୍ନI ଜାତୀୟ ଖାଦ୍ୟ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ହୋଇ ଥିବାରୁ ଖେଳାଳି ତଥା ଅନ୍ୟ ମାନଙ୍କ ପାଇଁ ଏହା ବେଶ ଉପଯୋଗୀ I ତେଣୁ ବର୍ତ୍ତମାନ ସମୟରେ ପାରମ୍ପIରିକ ଖାଦ୍ୟଶସ୍ୟର ଅଭାବ ଦେଖା ଯାଉଥିବାରୁ ମାଣ୍ଡିଆ ଜାତୀୟ ଖାଦ୍ୟ ଶସ୍ୟର ବହୁଳ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିବା ସହ ନିତିଦିନିଆ ଖାଦ୍ୟରେ ଏହାକୁ ବ୍ୟବହାର କରିବା ପାଇଁ ଅତିଥି ଗଣ ଖେଳାଳି ମାନଙ୍କୁ ପରାମର୍ଶ ଦେଇଥିଲେ I ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅଭିଷେକ ବେହେରା ଖେଳ ପରିଚାଳନା କରିଥିବା ବେଳେ ୱାର୍ଡେନ ସରୋଜ କୁମାର ସାବତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I