Img 20240223 Wa0312

କୃଷକ ହତ୍ୟାର ପ୍ରତିବାଦ

State

ବାରିପଦା: ଐତିହାସିକ ଚାଷୀ ଆନ୍ଦୋଳନରେ ମୋଦି ସରକାର ଦେଇଥିବା ପ୍ରତିଶୃତିର ପ୍ରତାରଣା ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଦିଲ୍ଲୀ ସିମାରେ ଚାଲିଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାରୀ ଅନୁମୋଦିତ, ପ୍ରାୟୋଜିତ ପୋଲିସର ଗୁଳିରେ ଯୁବ କୃଷକ ଶୁଭ କରନ ସିଂହ ସହୀଦ ହୋଇଛନ୍ତି। କୃଷକ ହତ୍ୟାକାରୀ ମୋଦି ସରକାରର ଏତାଦୃଶ ହିଂସାତ୍ମକ କାର୍ଯ୍ୟର ଦୃଢ଼ ପ୍ରତିବାଦ କରି ଆଜି ଦେଶରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କଦ୍ବାରା ଆହୂତ ଦେଶବ୍ୟାପୀ କଳାଦିବସ ପାଳନ ପରିପ୍ରେକ୍ଷୀରେ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଅଖିଳ ଭାରତ କୃଷକ ସଭା, ଏଆଇଟିୟୁସି ଓ ସିଆଇଟିୟୁ ପକ୍ଷରୁ ମିଳିତ ଭାବେ ପ୍ରତିବାଦ ଓ ପ୍ରତିରୋଧ ଅନୁଷ୍ଠିତ ହୋଇ କୃଷକ ସହୀଦ ର ରକ୍ତ ହେବ ନାହିଁ ବ୍ୟର୍ଥ ବୋଲି ମତ ପ୍ରକାଶ ପାଇଛି । ଏଥିରେ ଅଖିଳ ଭାରତ କୃଷକ ସଭା ଓ ଏଆଇଟିୟୁସି ପକ୍ଷରୁ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର,ସିଆଇଟିୟୁ ପକ୍ଷରୁ ସଭାପତି ରଵି ଗୋସ୍ୱାମୀ ଓ ଅମଲ ଦେ, ବାରିପଦା ମୋଟର କର୍ମଚାରୀ ୟୁନିଅନର ସଭାପତି ରଘୁନାଥ ପଣ୍ଡା,ଉପରେ ସଭାପତି ସୁବାସ ଚନ୍ଦ୍ର ତ୍ରିପାଠୀ, ସମ୍ପାଦକ ଅଶୋକ ଭଞ୍ଜଦେଓ, ମନୋରଞ୍ଜନ ପରିଡା, ଅକ୍ଷୟ ଖୁଣ୍ଟିଆ, ଏଆଇଟିୟୁସି ପକ୍ଷରୁ ଶ୍ରୀକାନ୍ତ ସାମଲ,ଇପିଏଫ ପେନସନ ଆସୋସିଏସନ୍ ଜିଲ୍ଲା ସଭାପତି ମଦନମୋହନ ଜେନା, ଚିତ୍ତରଞ୍ଜନ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ |