Img 20240223 Wa0303

କଂଗ୍ରେସ ଦଳ ତରଫରୁ ମୟୁରଭଞ୍ଜ ଜିଲ୍ଲା ନୂତନ ଜିଲ୍ଲା ସଭାପତି ( ପୂର୍ବ ) ନିରୋଜ ଲୋଚନ ଦାଶଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

State

ବାରିପଦା: ଆଜି ତା୨୩ ଫେବୃଆରୀ ଶୁକ୍ରବାର ଦିନ ବାରିପଦାସ୍ଥିତ ବଜ଼ାର ଇଣ୍ଡିଆ ସଭାଗୃହରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଂଚାୟତିରାଜ ବିଭାଗ, ପଛୁଆ ବର୍ଗ ବିଭାଗ,ଛାତ୍ର ଓ ଯୁବ କଂଗ୍ରେସ ସଂଗଠନ, ମହିଳା ସଂଗଠନ ଓ ବିଭିନ୍ନ ବିଭାଗ ତରଫରୁ ନୂତନ ଭାବେ ପ୍ରଦେଶ କଂଗ୍ରେସ ତରଫରୁ ନିଯୁକ୍ତିପାଇଥିବା ଶ୍ରୀଯୁକ୍ତ ନିରୋଜ ଲୋଚନ ଦାଶଙ୍କ ଉଦେଶ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା l ସର୍ବପ୍ରଥମେ ବାଲେଶ୍ୱର ଗୋଲାଈ ଠାରୁ ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେ ତାଳେ ମାଦଳ ର ଝୁମରେ ଶହ ଶହ କଂଗ୍ରେସ କର୍ମୀ ସ୍ଲୋଗାନ ଦେଇ ପାଛୋଟି ନେଇଥିଲେ ସଭାଗୃହ କୁ ଏବଂ ଉକ୍ତ ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ବ୍ଲକ ରୁ ଆସିଥିବା ନେତୃତ୍ୱ ବୃନ୍ଦ ଓ ବିଭିନ୍ନ ସେଲ ର ବରିଷ୍ଠ ନେତାଗଣ ପୁଷ୍ପ ଗୁଚ୍ଛ ଓ ଉତ୍ତରୀ ଦେଇ ନୂତନ ସଭାପତି ଶ୍ରୀଯୁକ୍ତ ଦାଶ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଜଣେ ପରେ ଜଣେ l ଉକ୍ତ ସଭାରେ ମଂଚାସୀନ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ହାଁସଦା ( ପୂର୍ବତନ ଏମପି ପ୍ରାର୍ଥୀ ମୟୁରଭଞ୍ଜ ),ସମ୍ମାନିତ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲା (ପଶ୍ଚିମ ) ସଭାପତି ଭୁବନ ବିହାରୀ ସାହୁ,ଅନ୍ୟ ସମ୍ମାନିତ ଅତିଥିଭାବେ ରାଜ୍ୟ ଓବିସି ମିଡ଼ିଆ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ,ବରିଷ୍ଠ କଂଗ୍ରେସ ନେତା ଚୈତନ ହାଁସଦା,ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଅଶୋକ ଅଧିକାରୀ, ଜିଲ୍ଲା ମିଡ଼ିଆ ସଂଯୋଜକ ଅଂଶୁମାନ ଦାସ, ଯୁବ କଂଗ୍ରେସ ଉପସଭାପତି ବିକାଶ ମହାଭୋଇ,ବରିଷ୍ଠ କଂଗ୍ରେସ ନେତା ଦୀପକ ଦାସ( ଦିପୁ ), ଶ୍ରୀଯୁକ୍ତ ସୁଦିପ ମନ୍ତ୍ରୀ ପ୍ରମୁଖ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l ଉକ୍ତ ସମ୍ବର୍ଦ୍ଧନା ସଭାକୁ ସଫଳ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜୀବ ଗାନ୍ଧୀ ପଂଚାୟତ ରାଜ ବିଭାଗ ଜିଲ୍ଲା ସଭାପତି ମୀନକେତନ ବେହେରା, ଯୁବ ଆର. ଜି. ପି. ଆର ର ଯୁବ ନେତା ତୁଷାର ବେହେରା, ବରିଷ୍ଠ କଂଗ୍ରେସ ନେତା ରାଣାସତ୍ୟକମ ସେନାପତି, ବଡ଼ସାହି ନିର୍ବାଚନ ମଣ୍ଡଳୀର ଯୁବ ନେତା ଇଂ ଗଣେଶ ଚନ୍ଦ୍ର ବେହେରା ଓ ବରିଷ୍ଠ କଂଗ୍ରେସ ନେତା ବାବୁ ବିଶ୍ୱାଳ,ବାରିପଦା ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ବାଦଲ ହେମ୍ବ୍ରମ, ବାଙ୍ଗରିପୋଷୀ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଛୁଟୁରାମ ବିନ୍ଧାଣୀ ଓ ସରପଞ୍ଚ ଟାଣୁଆ ନେତା ଲମ୍ବୋଦର ସିଂହ, ମୋରଡା ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ସତ୍ୟବାନ ଦଳନାଏକ, ମହିଳା କଂଗ୍ରେସ ଇତିଶ୍ରୀ ମିଶ୍ର, ବୃନ୍ଦାବତୀ ନାଏକ, ରଶ୍ମିତା ମିଶ୍ର,କଳ୍ପନା ମିଶ୍ର, ବରିଷ୍ଠ ନେତା ବାବୁଲି ପରିଡା, ନାରାୟଣ ଟୁଡୁ, ଚନ୍ଦନ କିସ୍କୁ, ସମେତ ଶହ ଶହ ସଂଖ୍ୟାରେ କଂଗ୍ରେସ ନେତାଗଣ ଓ କର୍ମୀ ଯୋଗଦାନ ଦେଇଥିଲେ l