Onn 3

ଚେକ ବାଉନ୍ସ ମାମଲାରେ ଅଭିଯୁକ୍ତ କୁ ଆର୍ଥିକ ଦଣ୍ଡାଦେଶ ସମେତ କାରାଦଣ୍ଡ

Crime

ବାରିପଦା: ଆଜି ଏକ ଚେକ ବାଉନ୍ସ ମମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲା ଓ ଦୈାରାଜଜ୍ (ପ୍ରଥମ) ଅଭିଯୁକ୍ତ ବାରିପଦା ସହରର ମଧୁବନ ଅଞ୍ଚଳର ପ୍ରଶାନ୍ତ କୁମାର ଭଞଦେଓ ଙ୍କ ପକ୍ଷରୁ କରାଯାଇଥିବା ଅପିଲ କୁ ଖାରଜ କରିବା ସହିତ ମାନ୍ୟବର ନିମ୍ନ କୋର୍ଟର ଆଦେଶ କୁ ବଳବତ୍ତର ରଖିଛନ୍ତି । ସୂଚନା ଯୋଗ୍ୟ କି ଅଭିଯୁକ୍ତ ପ୍ରଶାନ୍ତ କୁମାର ଭଞଦେଓ ମୟୁରଭଞ କେନ୍ଦ୍ର ସମବାୟ ବ୍ୟାଙ୍କ ବାରିପଦା ଶାଖାରୁ ୫୦ ହଜାର ଟଙ୍କା ବ୍ୟବସାୟ ରୁଣ ନେଇଥିଲେ । ଉକ୍ତ ରୁଣ ବାବଦକୁ ବ୍ୟାଙ୍କ କୁ ଏକ ଚେକ ପ୍ରଦାନ କରିଥିଲେ । ମାତ୍ର ଚେକ ଟି ବାଉନ୍ସ ହୋଇଯାଇଥିଲା । ଫଳରେ ବ୍ୟାଙ୍କ ପକ୍ଷରୁ ମ୍ୟାନେଜର ଅଭିଯୁକ୍ତ ଙ୍କ ବିରୋଦ୍ଧରେ ମାନ୍ୟବର ଏସଡିଜେଏମ ବାରିପଦା ଙ୍କ କୋର୍ଟରେ ଏକ ମୋକଦମା ଦାୟର କରିଥିଲେ । ଉକ୍ତ କେସ କୁ ମାନ୍ୟବର ଅତରିକ୍ତ ସିନିଅର ସିଭିଲ ଜଜ୍ କମ ଜେଏମଏଫସି ବାରିପଦା କୋର୍ଟ ପକ୍ଷରୁ ବିଚାର କରାଯାଇ ୨୮-୫-୨୦୧୮ ରିଖରେ ଅଭିଯୁକ୍ତ କୁ ଆର୍ଥିକ ଦଣ୍ଡାଦେଶ ୫୦ ହଜାର ଟଙ୍କା ସମେତ ଏକ ବର୍ଷ କାରାଦଣ୍ଡ ଅନାଦେୟ ଅଧିକ ଦୁଇ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହି ଆଦେଶନାମା ବିରୋଦ୍ଧରେ ଅଭିଯୁକ୍ତ ମାନ୍ୟବର ଦୈାରାଜଜ୍ ଙ୍କ ନିକଟରେ ଏକ ଅପିଲ କରିଥିଲେ । ଆଜି ଉକ୍ତ କେସ ର ବିଚାର କରି ମାନ୍ୟବର ଅତିରିକ୍ତ ଜିଲା ଓ ଦୈାରାଜଜ୍ (ପ୍ରଥମ) ଅପିଲ କୁ ଖାରଜ କରିବା ସହିତ ନିମ୍ନ କୋର୍ଟର ଆଦେଶନାମା କୁ ବଳବତ୍ତର ରଖିଛନ୍ତି । ଉକ୍ତ କେସ କୁ ବ୍ୟାଙ୍କ ତରଫରୁ ଆଇନଜିବୀ ବଟକୃଷ୍ନ ପାଢୀ ପରିଚାଳନା କରୁଥିଲେ ।