ଜମ୍ମୁ-କଶ୍ମୀର ରିଆସି ଜିଲ୍ଲାରେ ଆଜି ବଡ଼ଧରଣର ଏନକାଉଣ୍ଟର ହୋଇଛି। ସର୍ଚ୍ଚ ଅପରେସନ ଓ କର୍ଡନ ସମୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କୀ ନିହତ ହୋଇଛି। ସେହିପରି ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଏନକାଉଣ୍ଟର ସ୍ଥଳରୁ ଏୟାରଲିଫ୍ଟ କରି ସେନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ଅପରେସନ କରୁଥିବା ବେଳେ ହଠାତ ଗୁଳିମାଡ଼ ହୋଇଥିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ବେଶ କିଛି ସମୟର ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ସେହିପରି ଆତଙ୍କବାଦୀର ଗୁଳିମାଡ଼ରେ ଜଣେ ଯବାନ ଆହତ ହୋଇଛନ୍ତି।ଏବେ ବି ସେଠାରେ ଆଉ ଜଣେ ଆତଙ୍କୀ ଲୁଚି ରହିଛି। ତେଣୁ ସେଠାରେ ଗୁଳି ବିନିମୟ ଜାରି ରହିଛି। ଅତିରିକ୍ତ ଯବାନଙ୍କୁ ମଧ୍ୟ ଘଟଣା ସ୍ଥଳକୁ ପଠାଯାଇଛି।