Onn 3

ଆମ୍ବୁଲାନ୍ସ ନ ଆସିପାରିବାରୁ ଟ୍ରଲିରେ ପ୍ରସବ କଲେ ମହିଳା

Crime State

ନୀଳଗିରି : ଥମୁନି ଜନନୀ ଯନ୍ତ୍ରଣା  । ଗାଁକୁ ଆମ୍ବୁଲାନ୍ସ ନଆସିପାରିବାରୁ ଟ୍ରଲିରେ ପ୍ରସବ କଲେ ମହିଳା  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ସହରରେ  । ନୀଳଗିରି ବ୍ଲକ ଡାହିସାହି ଗାଁର ହେମନ୍ତ କୁଅଁରଙ୍କ ପତ୍ନୀ ଦଶ ମାସର ଗର୍ଭବତୀ ଥିଲେ  । ଗତକାଲି ରାତିରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା ।

ହେଲେ ଘଣ୍ଟେ ବିଳମ୍ବ ହେବାରୁ ଗାଁ ଲୋକ ତାଙ୍କୁ ଏକ ଟ୍ରଲିରେ ମେଡିକାଲକୁ ଆଣୁଥିଲେ  । ହେଲେ ଅଧା ରାସ୍ତାରେ ଟ୍ରଲି ଉପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଛି  । ପରେ ମାଆ ଏବଂ ଶିଶୁକୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି  । ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି  ।