Pm Kisan Samman Nidhi

ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ୧୭ତମ କିସ୍ତିରେ ମୟୂରଭଞ୍ଜ ଜିଲ୍ଲାର ୨,୧୩,୪୫୭ ଚାଷୀ ହେଲେ ଉପକୃତ

State

ବାରିପଦା: ଦେଶର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା ପିଏମ୍ କିଷାନ ଟଙ୍କା। ବାରାଣସୀରେ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ସପ୍ତଦଶ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। ୧୭ତମ କିସ୍ତିରେ ଦେଶର ୯ କୋଟି ୨୬ ଲକ୍ଷ ଚାଷୀଙ୍କ ଖାତାକୁ ପ୍ରତି ବର୍ଷ ପିଛା ୬ ହଜାର ଟଙ୍କା ଲେଖାଏଁ ହିସାବରେ ପ୍ରାୟ ୨୦ ହଜାର କୋଟି ଟଙ୍କା ଡାଇରେକ୍ଟ ବ୍ୟାଙ୍କ ଟ୍ରାନସ୍ଫର ହୋଇଛି ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ଦୁଇ ଲକ୍ଷ ତେର ହଜାର ଚାଷୀ ମାନେ ଏହା ମାଧ୍ୟମରେ ଉପକୃତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ତତ୍ୱାବଧାନରେ, ସ୍ଥାନୀୟ ପ୍ରୟାସ ହଲ ଠାରେ ମଙ୍ଗଳବାର ଦିନ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝୀ, ସରସକଣା ବିଦାୟକ ଶ୍ରୀ ଭାଦବ ହାଁସଦା, ଜିଲ୍ଲାପରିଷଦ ସଭାପତି, ଶ୍ରୀମତୀ ଭାରତୀ ହାଁସଦା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଜିଲ୍ଲା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସିଦ୍ଧାର୍ଥ କୁମାର ବେହୁରା , ବରିଷ୍ଠ କୃଷି ବିଜ୍ଞାନୀ, ଡଃ ସଂଘମିତ୍ରା ପଟନାୟକ ଉପସ୍ଥିତ ଚାଷୀ ଭାଇ ଭଉଣୀ ଓ କୃଷି ସଖି ମାନଙ୍କ ସହ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ଯୋଡି ହୋଇଥିଲେ ।