Img 20240620 Wa0326

ଲାହାନ୍ତି ଯୁବକ ସଂଘ ତରଫରୁ ୧୫ ତମ ବିପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଟ୍ ଅନୁଷ୍ଠିତ

sports

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ବେଲପୋଷି ଲାହାନ୍ତି ଯୁବକ ସଂଘ ତରଫରୁ ୧୫ ତମ ବେଲପୋଷି ପ୍ରିମିୟମ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଟ୍ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୋଟ ୦୮ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ଖେଳ ଭିଲେଜ୍ ଟାଇଗର ଓ ଏଲ୍ସିୱାଇ(LCY) ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ଏଧିରେ ଭିଲେଜ୍ ଟାଇଗର ପ୍ରଥମ ପୁରଷ୍କାର ପାଇବାର ହକଦାର ହୋଇଥିଲା |ମୁଖ୍ୟ ଅତିଥୀ ଗ୍ରାମ ମୁଖିଆ ନାଏକେ ବାବା,ସମ୍ମାନୀୟ ଅତିଥୀ ଜାମଦା ବ୍ଲକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ,ନିମନ୍ତ୍ରୀତ ଅତିଥୀ ଗାଁ ମୁଖିଆ ଆଲାହାନ୍ ହେମ୍ବ୍ରମ,ପୂର୍ବତନ ବ୍ୟାଙ୍କ ଅଫ ଇଣ୍ଡିଆ ର ମ୍ୟାନେଡର ସିଂ ବାବୁ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ପୁରଷ୍କୃତ କରିଥିଲେ |ଲାହାନ୍ତି ଯୁବକ ସଂଘର ସଭାପତି ଦୁର୍ଗା ମୁର୍ମୁ,ସମ୍ପାଦକ ଦୁର୍ଗା ଚରଣ ଟୁଡୁ ଓ ସଂଘର ସଦସ୍ୟମାନେ ଖେଳ ପରିଚାଳନା କରିଥିଲେ |