Img 20240330 Wa0196

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ ଦିନ (ନିଶାନ୍ତଙ୍କ ଅର୍ଦ୍ଧ ଶତକ)

sports

ବାରିପଦା: ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ ଦିନର ମ୍ୟାଚରେ ଟିମ – ବି ଟିମ – ଡି କୁ ୭ ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଟିମ – ଡି ୧୬.୩ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୯୭ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ରୁଚିକା ମଣ୍ଡଳ ୨୧ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଅନ୍ୱେଷ ଅନିମେଷ ମହାନ୍ତି ୩ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟିମ – ବି ୧୬.୩ ଓଭରରେ ୩ ଟି ଉଇକେଟ ହରାଇ ୯୮ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ନିଶାନ୍ତ ମିଶ୍ର ୫୦ ରନ କରିଥିବା ବେଳେ ବିପକ୍ଷ ଦଳର ଶୁଭମ ସାନ୍ତରା ୨ ଟି ଉଇକେଟ ଅକ୍ତିଆର କରିଥିଲେ i ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I ବରିଷ୍ଠ କ୍ରୀଡ଼ାବିତ ଓ କୋଚ କୁମାର ରଞ୍ଜନ ପଣ୍ଡା, ବରିଷ୍ଠ କ୍ରୀଡ଼ାବିତ ବିଜୟ କୁମାର ଦାସ (ମଣ୍ଟୁ ଦା), କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I