Img 20240620 Wa0323

ଲକ୍ଷ୍ମୀ ମନ୍ଦିର ପରିସରରେ ଲକ୍ଷ୍ମୀ ନାରାୟଣ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

Religion and Cult

ବାରିପଦା: ମୟୁରଭଞ୍ଜ ଜିଲ୍ଲା କୁଚେଇବୁଢୀ ଗ୍ରାମସ୍ଥ ଲକ୍ଷ୍ମୀ ମନ୍ଦିର ପରିସରରେ ଲକ୍ଷ୍ମୀ ନାରାୟଣ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ମଙ୍ଗଳାଙ୍କ ଏବଂ ଲକ୍ଷ୍ମୀ ନାରାୟଣ ଙ୍କ ବିବାହ ଉତ୍ସବ,ବରାନୁଗମନ, ରୁକ୍ମିଣୀ ହରଣ ବିବାହ କର୍ମକାଣ୍ଡ, ପାଣି ଗ୍ରହଣ,ହାତଗଣ୍ଠି ଆଦି ପୂଜା ରୀତିନୀତି ଅନୁସାରେ ମୁଖ୍ୟ ପୂଜକ ଟିକ ନନା ଏବଂ ତାଙ୍କ ସହଯୋଗୀଙ୍କ ଦ୍ବାରା ସଂପନ୍ନ ହୋଇଥିଲା ।ମଧ୍ୟାହ୍ନରେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କୁ କମିଟି ତରଫରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ସଂନ୍ଧ୍ୟାରେ ଲକ୍ଷ୍ମୀ ନାରାୟଣ ( ଦେବ ଦମ୍ପତ୍ତିଙ୍କୁ)ଏକ ସୁସଜ୍ଜିତ ପାଲିଙ୍କିରେ ଗ୍ରାମ ପରିକ୍ରମା କରା ଯାଇଥିଲା । ବାଣ ,ରୋଷଣି, ଢୋଲ, ମାଦଳ ବଜାଇ ନୃତ୍ୟ ପରିବେଷଣ କରି ଶ୍ରଦ୍ଧାଳୁମାନେ ଖୁସି ପାଳିଥିଲେ । ଏହି ବିବାହ ଉତ୍ସବରେ କନ୍ଯା(ମହାଲକ୍ଷ୍ମୀ )ପରିବାର ତରଫରୁ ପିତା ଓ ମାତା ଭାବେ ସଂଜୟ ସାହୁ ଏବଂ ଟିକି ସାହୁ ସେହିପରି ବର( ନାରାୟଣ) ଙ୍କ ତରଫରୁ ପିତା ଦାୟିତ୍ଵ ପ୍ରକାଶ ଦତ୍ତ ଏବଂ ସୁଷମା ଦତ୍ତ ନିଷ୍ଠାର ସହ ଦାୟିତ୍ଵ ତୁଲାଇଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ମନ୍ଦିର କମିଟିଅଧ୍ଯକ୍ଷ ରବି ମହାନ୍ତି , ସଭାପତି ବାଵୁଲୁ ମହାନ୍ତ , ଅଲେଖ ସାହୁ ନିତେଶ ମଲ୍ଲିକ, ଦୀପ ଦତ୍ତ, ଗୁରୁ ମହାନ୍ତ, ସାଗର ମହାନ୍ତି ଙ୍କ ସମେତ ଅନ୍ୟ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ ।