ବିଲ୍ ପାସ୍ କରିବା ପାଇଁ ସହକାରୀ ଯନ୍ତ୍ରୀ ବିଭୂତିଭୂଷଣ ନାୟକ ଲାଞ୍ଚ ମାଗିବା ପରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ଠିକାଦାର। ତା’ପରେ ଯୋଜନାବଦ୍ଧ ଭାବେ ତାଙ୍କୁ ଆଜି ଧରିଥିଲା ଭିଜିଲାନ୍ସ। ଠିକାଦାରଙ୍କ ଠାରୁ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ବିଭୂତିଭୂଷଣ ନାୟକଙ୍କୁ ଧରିଥିଲେ। ଏଥିପାଇଁ ଭିଜିଲାନ୍ସ ଏକ ୭ ଜଣିଆ ଟିମ୍ ଗଠନ କରିଥିଲା।