Onn 3

କ୍ରିପଟୋ ନାଁରେ ବଡ଼ ଠକେଇ ମାମଲା, ତିନି ଦିନିଆ ରିମାଣ୍ଡରେ ଆସିଲେ ଗୁରୁତେଜ ସିଂହ ଓ ନିରଦ ଦାସ

Crime State

କ୍ରିପଟୋ ନାଁରେ ବଡ଼ ଠକେଇ ମାମଲାରେ ତିନି ଦିନିଆ ରିମାଣ୍ଡରେ ଗୁରୁତେଜ ସିଂହ ଓ ନିରଦ ଦାସ । ଉଭୟଂକୁ ଚୌଦ୍ବାର ଜେଲରୁ EOW ଅଫିସକୁ ଆଣି ପଚରାଉଚରା କରାଯାଉଛି । ଆଗକୁ ମୁହାଁମୁହିଁ ଜେରା କରିବ EOW। କୋଟି କୋଟି ଟଙ୍କା ଠକେଇ କେମିତି କରୁଥିଲେ ? ଗ୍ରାହକଂକୁ କିପରି ଠକୁଥିଲେ ? ସବୁ ଦିଗରୁ ଖୋଳତାଡ କରୁଛି EOW।

ବଲିଉଡର ତାରକା ଗୋବିନ୍ଦଙ୍କ ଭଳି ନାମୀଦାମୀ କଳାକାର ସଂସ୍ଥାର ପ୍ରଚାର କରୁଥିବାରୁ ତାଙ୍କର କଣ ଭୂମିକା ରହିଛି ସେନେଇ ମଧ୍ୟ ଯାଞ୍ଚ ଚାଲିଥିବା କହିଛନ୍ତି EOW ଏସପି । ଗ୍ରାହକଂକୁ ବିପୁଳ ଅର୍ଥ ମିଳିବାର ଲୋଭ ଦେଖାଇ ସାରା ଦେଶରେ କ୍ରିପଟୋ ନାଁରେ ହଜାରେ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଛି।

ଓଡିଶାରୁ ପ୍ରାୟ ଦଶ ହଜାର ଲୋକଂକୁ ଜାଲରେ ଫସାଇ ତିରିଶ କୋଟି ଚୂନ ଲଗାଇଛି ଏହି ସଂସ୍ଥା । ବଲିଉଡର ତାରକା ଗୋବିନ୍ଦଙ୍କ ଭଳି ନାମୀଦାମୀ କଳାକାର STAର ପ୍ରଚାର କରୁଥିବାରୁ ତାଙ୍କର କଣ ଭୂମିକା ରହିଛି ଯାଞ୍ଚ କରୁଛି EOW ।