Prav

ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା

State

ଭୁବନେଶ୍ଵର: ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚଳିତ ବର୍ଷ ୧୧,୫୯୮ ଅସହାୟ, ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ବଲାଙ୍ଗିରରେ ସର୍ବାଧିକ ୩୭୨୯ ଅସହାୟ ଓ ସ୍ବାମୀ ପରିତ୍ୟକ୍ତା ମହିଳା ଅଛନ୍ତି । ସେମାନଙ୍କ ବିକାଶ ପାଇଁ ଧନ୍ଦାମୂଳକ ତାଲିମ୍ ଦିଆଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସେହିପରି ରାଜ୍ୟରେ ଅପରାଧ ବଢିଚାଲିଥିବା ବେଳେ ଅନେକ ମାମଲା ସେମିତି ପଡି ରହିଛି । ୨୦୨୪-୨୫ ବର୍ଷରେ ୨୮୬୯ ଟି ମାମଲା ପେଣ୍ଡିଂ ରହିଛି । ସେହିପରି ୨୦୨୪-୨୫ରେ ୧୯୧୦ ମାମଲା ପଞ୍ଜିକୃତ ହୋଇଛି ଏବଂ ୧୮୦୩ଟି ମାମଲାର ବିଚାର ହୋଇଛି । ବିଶେଷ କରି ଖୋର୍ଦ୍ଧାରେ ୪୫୦ଟି ମାମଲା ଏବଂ କଟକରେ ୩୦୯ ଟି ମାମଲା, କେନ୍ଦ୍ରାପଡାରେ ୨୧୬ ଟି ମାମଲା ଏବଂ ପୁରୀରେ ୨୧୦ଟି ମାମଲା ପଡିରହିଛି । ଏନେଇ ଗୃହରେ ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।