Hall.jpg

ଯାଜପୁର ଜିଲ୍ଲାରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ୍

entertrainment State

 

hall

ଯାଜପୁର : ଦିନେ ରୋଷେଇ ଶାଳରେ ବସି ରହି ସ୍ୱାମୀଙ୍କ ଠାରୁ ହାତ ଖର୍ଚ୍ଚ ମାଗୁଥିବା ମହିଳା ଏବେ ନିଜେ ସ୍ୱାବଲମ୍ବୀ। ନିଜେ ପରିବାର ଚଳାଇବାକୁ ସକ୍ଷମ । ସରକାରଙ୍କ ମିଶନ ଶକ୍ତି ଯୋଜନାରେ ସାମିଲ ହୋଇ ଏବେ ମହିଳାମାନେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ।

ଏହି ପରୀପେକ୍ଷୀରେ ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ । ଜିଲ୍ଲା ମହିଳା ଫେଡେରେସନ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ସିନେମା ହଲରେ ପ୍ରତିଦିନ ଦର୍ଶକ ସିନେମା ଉପଭୋଗ କରିପାରିବେ। ରାଜ୍ୟରେ ସିନେମା ହଲ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାର ପ୍ରଥମ ଥର ପାଇଁ ଯାଜପୁର ଓ ବ୍ୟାସନଗରରେ ଥିବା ସଂସ୍କୃତି ଭବନକୁ ସିନେମା ହଲରେ ପରିଣତ କରିଛନ୍ତି ।

ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରଣ କକ୍ଷରେ ଡିଜିଟାଲ ସାଉଣ୍ଡର ମଜା ନେବେ ଦର୍ଶକ । ଆଜି ଏହି ଉଦଘାଟନ ଉତ୍ସବରେ ରାଜ୍ୟ ସଭା ସାଂସଦ ଶ୍ରୀମତୀ ସୁଲୋତା ଦେଓ ,ଓଲିଉଡ ଅଭିନେତା ଅରିନ୍ଦମ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଏହି ସିନେମା ହଲର ଟିକେଟ ବୁକ ମାଇଁ ସୋରେ ମଧ୍ୟ ଉପଲବ୍ଧ ହେଉଛି ।

ଯାଜପୁର ବିଡିଓ ସୌରଭ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ସଭାପତି ନଲିନୀ ପ୍ରଭା ଜେନା,  ଜିଲ୍ଲା ମହିଳା ଫେଡେରେସନର ସଭାନେତ୍ରୀ ସୁଜାତା ସାହୁ, ଜିଲ୍ଲା ଉନ୍ନୟନ ଅଧିକାରୀ ଅଶୋକ ବେହୁରିଆ, ଯାଜପୁର ବ୍ଲକ ଅଧକ୍ଷ୍ୟା ସ୍ଵର୍ଣଲତା ପରିଡା, ଜିଲାପରିଷଦ ସଭ୍ୟା ମାମିନା ମଲ୍ଲିକ  ପ୍ରମୁଖ ଉପସ୍ଥିତ ଥିଲେ ।