Onn 3

କଂଗ୍ରେସରେ ମିଶିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

Politics State

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ହକି ଷ୍ଟିକ ଛାଡି ହାତ ଧରିଲେ । କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଆନୁଷ୍ଠିକ ଭାବେ ଦଳରେ ସାମିଲ ହୋଇଛନ୍ତି ଏଇ ହକି ତାରକା ।

ପ୍ରବୋଧ କଂଗ୍ରେସରେ ମିଶିବା ନେଇ ପୂର୍ବରୁ ଆଲୋଚନା ହେଉଥିଲା । କାରଣ ପୂର୍ବରରୁ ସେ ବାଲିଶଙ୍କରାରେ ହେଉଥିବା ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ସେ କଂଗ୍ରେସ ପତାକା ଧରି ସାମିଲ ହୋଇଥିଲେ । ସେବେଠାରୁ ତାଙ୍କର ଦଳରେ ସାମିଲ ହେବା ନେଇ ଅନୁମାନ କରାଯାଉଥିଲା ।

ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ସେ ନିଜ ସମର୍ଥକଙ୍କ ଗହଣରେ ଦଳରେ ସାମିଲ ହୋଇଛନ୍ତି । ପ୍ରବୋଧଙ୍କ ସହ ଏକାମ୍ର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ପ୍ରସନ୍ନ କୁମାର ଚଂପତି ମଧ୍ୟ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି  ।

ପ୍ରଭାରୀ ଚେଲା କୁମାରଙ୍କ ଉପସ୍ଥିତିରେ ଆୟୋଜିତ ଆଜିର ଏହି ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ  ।

ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ‘ପଦଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚିବା କଂଗ୍ରେସର ଲକ୍ଷ୍ୟ । ଏଥିପାଇଁ ଘରେ ଘରେ କଂଗ୍ରେସ , ଘରେ ଘରେ ହାତ’ ନାମରେ ସେପ୍ଟେମ୍ବର ୨୫ ରୁ ଅକଟୋବର ୧୫ ଯାଏ ଅଭିଯାନ ଚାଲିବ ବୋଲି ପିସିସି ସଭାପତି କହିଛନ୍ତି  । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରର ବିଫଳତାକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ ବୋଲି ସେ କହିଛନ୍ତି ।

ସୂଚନାଥାଉ କି,  ୧୯୮୪ ଅକ୍ଟୋବର ୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଏକଦା ଭାରତୀୟ ହକି ଟିମର ଅଧିନାୟକ ଥିଲେ । ୨୦୦୭ରେ ତାଙ୍କ ନେତୃତ୍ୱରେ ଭାରତୀୟ ଟିମ ଏସିଆ କପ ଜିତିଥିଲା । ସେ ୧୬୧ଟି ମ୍ୟାଚ ଖେଳିଛନ୍ତି । ଏହାବ୍ୟତୀତ ଏକଲବ୍ୟ ପୁରସ୍କାର, ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ସମ୍ମାନ ମଧ୍ୟ ପାଇଛନ୍ତି । ସେ ଏୟାର ଇଣ୍ଡିଆରେ ଚାକିରୀ କରିଥିଲେ । ହେଲେ ସେ ଗତ ଜୁଲାଇରୁ ୩୧ରୁ ଚାକିରୀରୁ ଅବସର ନେଇ ଗାଁକୁ ଚାଲି ଆସିଛନ୍ତି ।