Onn 3

ବିଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ଦାବିପତ୍ର

State

ବାରିପଦା: ଅତୀତରେ ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ, ସଢେଇକଳା ଓ ଖରସୁଆଁ ଇତ୍ୟାଦି ବିଚ୍ଛିନାଞ୍ଚଳ ଗୁଡିକ ଓଡିଶା ଭିତରେ ଥିଲା | ଫଳରେ ଏଠାକାର ଅଧିବାସୀ ମାନେ ଆଜିବି ଓଡ଼ିଆ ଭାଷାରେ କଥାବାର୍ତ୍ତା ହେବା ସହିତ ସେମାନଙ୍କର ସଂସ୍କୃତି ପରମ୍ପରା ଚଳଣି ସବୁକିଛି ରେ ଓଡ଼ିଆତ୍ୱ ଭରି ରହିଛି | ବିଭିନ୍ନ ସମୟରେ ବିଛୀନ୍ନାଞ୍ଚଳ ବାସୀ ମାନେ ଓଡ଼ିଶାରେ ମିଶିବାକୁ ଚାହୁଁଥିବା ବେଳେ, ରାଜନୈତିକ ଏବଂ ଭୌଗଳିକ କାରଣରୁ ଏମାନେ ପୂର୍ବରୁ ବିହାର ଏବଂ ଏବେ ଝାଡ଼ଖଣ୍ଡ ରାଜ୍ୟରେ ରହିଛନ୍ତି | ପୂର୍ବରୁ ଏହିସବୁ ଅଞ୍ଚଳରେ ଓଡ଼ିଆ ବିଦ୍ୟାଳୟ ପାଠ୍ୟପୁସ୍ତକ ଉପଲବ୍ଧ ହେଉଥିଲା ପିଲାମାନେ ଓଡ଼ିଆ ଭାଷାରେ ପରୀକ୍ଷା ମଧ୍ୟ ଦେଉଥିଲେ କିନ୍ତୁ ଗତ କିଛି ବର୍ଷ ଧରି ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାରେ ପରୀକ୍ଷା ଦେବାର ବ୍ୟବସ୍ଥାକୁ ବନ୍ଦ କରିଦେଇଥିବାରୁ ବିଛିନ୍ନାଞ୍ଚଳବାସୀ ନିଜ ମାତୃଭାଷା ଭଳି ମୌଳିକ ଅଧିକାର ରୁ ବଂଚିତ ହେଉଛନ୍ତି |

ଏଦିଗରେ ଓଡିଶା ରାଜ୍ୟ ସରକାର ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ନେଉନଥିବାରୁ ବିଛିନ୍ନାଞ୍ଚଳ ବାସୀ ମାନସିକ ଭାବରେ ଭାଙ୍ଗିପଡ଼ୁଛନ୍ତି | ଏଣୁ ଝାଡ଼ଖଣ୍ଡରେ ଓଡ଼ିଆ ଭାଷାର ବିଧିବଦ୍ଧ ପ୍ରଚଳନ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ନିମନ୍ତେ ଉଭୟ ଓଡିଶା ଏବଂ ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଙ୍କୁ ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ମୟୁରଭଞ୍ଜ ଜିଲ୍ଲା ପାଳଙ୍କ ମାଧ୍ୟ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି | ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପିତାମ୍ବର ମଲ୍ଲିକ, ଗୋଲକ ମହାନ୍ତି, ନାଶିର ଖାନ, ସୁକୁମାର ତ୍ରିପାଠୀ, ସଂଶୟ ମହାନ୍ତି, ପ୍ରଦୀପ କୁମାର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ |