Onn 3

ଖୁଡିକୁ ମାଡମାରି ପୁତୁରା ଗିରଫ

Crime State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ବଡକ୍ଷୀର ଗ୍ରାମପଂଚାୟତ ଗୋପପୁର ଗ୍ରାମରେ ଖୁଡିକୁ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ଓ ମାଡ ମାରିବା ଅଭିଯୋଗରେ ପୁତୁରାକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବାର ଥାନା ଆଇଆଇସି ଚିନ୍ମୟୀ ସାହୁଙ୍କ ସୂତ୍ରରୁ ପ୍ରକାଶ । ଗୋପପୁର ଗ୍ରାମର ଶିବ ପ୍ରସାଦ ସାହୁଙ୍କ ପତ୍ନୀ ଜ୍ୟୋସ୍ନାରାଣି ସାହୁଙ୍କୁ ତାଙ୍କର ପୁତୁରା ହେମନ୍ତ କୁମାର ସାହୁଗତ ୮ ତାରିଖ ଦିନ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ଜ୍ୟୋସ୍ନା ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତି କରି ଥାନା କେଶ ନଂ ୧୦୫/୨୩ରେ ପୋଲିସ ହେମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ପୋଲିସ ସୂତ୍ରରୁ ପ୍ରକାଶ ।