Onn 3

ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ, ୨ ବର୍ଷ ପରେବି ସରୁନି ପୋଲ ନିର୍ମାଣ

State

ଆଗରପଡ଼ା:ବନ୍ତ ବ୍ଲକ ବଡ଼ ବର୍ଚ୍ଚିକୟାଁ ପଞ୍ଚାୟତ ଅର୍ନ୍ତଗତ କୁସୁନନଗର ଗ୍ରାମ ଦେଇ ଯାଇଥିବା ରସସାଗର ନାଳ ଦୀର୍ଘ ବର୍ଷ ଧରି ଏହି ଗାଁ ଲୋକମାନଙ୍କ ପାଇଁ କାଳ ସାଜି ଆସୁଥିଲେ ସୁଦ୍ଧା ଏହାର କୌଣସି ପ୍ରତିକାର ହୋଇପାରୁ ନଥିଲା । ଯଦ୍ୱାରା ଜନଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା । ଏହି ଗାଁ ମଧ୍ୟ ଭାଗ ଦେଇ ଏହି ନାଳଟି ପ୍ରବାହିତ ହୋଇଛି । ଏହି ନାଳ ଉପରେ ତତ୍କାଳୀନ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ପ୍ରଚେଷ୍ଟାରେ ଏକ ପକ୍କା ସେତୁ ନିର୍ମାଣ କରାଯାଇଥିଲା । ଆବଶ୍ୟକୀୟ ମରାମତି ଅଭାବରୁ ନିର୍ମାଣର କିଛି ବର୍ଷ ପରେ ବିପଦ ଶଙ୍କୁଳ ଅବସ୍ଥାରେ ଉକ୍ତ ସେତୁଟି ପଡ଼ିରହିଥିଲା । ସେତୁ ଉଭୟ ପାଶ୍ୱର୍ରେ ମାଟି ଅତଡ଼ା ଖସି ପଡ଼ିବା ଦ୍ୱାରା ସାମାନ୍ୟ ଅନ୍ୟ ମନସ୍କ ହେଲେ ସେତୁ ତଳକୁ ଖସିପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଥିଲା ।

ଅନେକ ମଧ୍ୟସେତୁ ଉପରୁ ତଳକୁ ଖସି ପଡ଼ିଥିବାର ଅନେକ ନଜୀର ରହିଛି । ବିଶେଷ କରି ବର୍ଷାଦିନେ ଏହି ସେତୁ ପାଶ୍ୱର୍ ରାସ୍ତା ଦେଇ ଯାଆଆସ କରିବା ସମ୍ଭବପର ହେଉନଥିଲା ମୁଖ୍ୟତଃ ଗୁଡ଼ିପଦା ଗାଁର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଉକ୍ତ ଗ୍ରାମର ପିଲାମାନେ ପାଠପଢିବା ପାଇଁ ଅଙ୍ଗନବାଡ଼ି,ସ୍କୁଲ ଓ କଲେଜ ଆଦିକୁ ବିପଦ ସଙ୍କୁଳ ଅବସ୍ଥାରେ ଏହି ରାସ୍ତା ଦେଇ ପ୍ରତିଦିନ ଯିବା ଆସିବା କରୁଥିଲେ । ଏମିତିକି ବହୁ ସମୟରେ ୫/୬କି.ମି ଦୂରବର୍ତ୍ତୀ ଅନ୍ୟ ଏକ ରାସ୍ତା ଦେଇ ପଞ୍ଚାୟତ କାର୍ଯ୍ୟାଳୟ ସମେତ ବଜାରକୁ ଲୋକମାନେ ଆସିଥାନ୍ତି । ଏହି ସବୁ ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେବାପରେ ଗତ ୨୦୨୧-୨୨ ଆର୍ôଥକ ବର୍ଷରେ ୫ମ ଏସଏଫସି ଯୋଜନାରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଜୋର ପୋଲ ନିର୍ମାଣ ନିମନ୍ତେ ୨ ଲକ୍ଷ ଓ ସବୁଦିନିଆ ରାସ୍ତା ସଂଯୋଗୀ କରଣ ନିମନ୍ତେ ୨ଲକ୍ଷ ୫୦ ହଜାର ଟଙ୍କା ମଂଜୁର କରାଯାଇଥିଲେ ସୁଦ୍ଧା ନିର୍ମାଣର ୨ବର୍ଷ ପରେବି ଏହା ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି ।