Img 20240707 Wa0189

ରଥଯାତ୍ରା ଓ ଗୁରୁପୂର୍ଣ୍ଣିମା ଉପଲକ୍ଷେ ଚିନ୍ମୟ ମିଶନ ତରଫରୁ ରକ୍ତଦାନ ଶିବିରର ପ୍ରସ୍ତୁତି ବୈଠକ

State
ବାରିପଦା (୭/୭) :  ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ରଥଯାତ୍ରା ଓ ଗୁରୁପୂର୍ଣ୍ଣିମା ଉପଲକ୍ଷେ ଚିନ୍ମୟ ମିଶନ ବାରିପଦା ତରଫରୁ ଆସନ୍ତା 14 ତାରିଖ ରବିବାର ଦିନ ସକାଳ ୮ ଠାରୁ ଦିବା ୧ ଟା ପ୍ରଯ୍ୟନ୍ତ ସ୍ଥାନୀୟ ମଧୁବନସ୍ଥିତ ଚିନ୍ମୟ ଗୁରୁପାଦ ଆଶ୍ରମରେ ଅନୁଷ୍ଠିତ ହେବ ।
 ଏଥିନିମନ୍ତେ ଚିନ୍ମୟ ମିଶନ ବାରିପଦାର ପ୍ରଧାନ ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ବିଜୟ ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ ସହିତ ବିଗତ ୧୫ ବର୍ଷ ଧରି ଚିନ୍ମୟ ମିଶନ ରକ୍ତଦାନ ଶିବିର ଅନୁଷ୍ଠିତ କରିଆସୁଥିବାର ସୂଚନା ଦେଇ ଥିଲେ ।
ଚିନ୍ମୟ ମିଶନ ବାରିପଦା ର ସମ୍ପାଦକ ତଥା ସଚ୍ଚିଦାନନ୍ଦ ଗୁରୁକୁଳର ଅଧ୍ୟକ୍ଷ ଅଜିତ କୁମାର ବେହେରା ଶିବିରର କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ବିବରଣୀ ଦେବା ସହିତ ଏହି ଶିବିରକୁ ଉତ୍ସବ ଭଳି ଆୟୋଜନ କରାଯିବ ଓ ସମାଜର ବିଭିନ୍ନ ବର୍ଗର ସମାଜସେବୀ ମାନଙ୍କୁ ସଂମ୍ମାନିତ କରିଯିବ ବୋଲି ସୂଚନା ଦେଇ ଥିଲେ ।
 ଅବସରପ୍ରାପ୍ତ ଆୟକର ଅଧିକାରୀ ତପନ ପଟ୍ଟନାୟକ, ସାମ୍ବାଦିକ ସଞ୍ଜୟ ଚୌଧୁରୀ,   ଆଇନଜୀବୀ ହିମାଂଶୁ ମହାକୁଡ଼,  ସମାଜସେବୀ  ଆଶିଷ କୁମାର ବସା, ଶିକ୍ଷାବିତ ବିଶେଶ୍ଵର ଦ୍ବିବେଦୀ, ପ୍ରଦୀପ ମହାନ୍ତି,ଶକୁନ୍ତଳା ପାଲ, ସବ୍ୟସଚୀ ପଲେଇ, କ୍ରିଷ୍ଣା ଘୋଷ, ଜୟନ୍ତୀ ଲେଙ୍କା, ଇନ୍ଦିରା ଜେନା, ପଙ୍କଜିନୀ ଦାଶ, ଶିକ୍ଷାବିତ ହୃଦାନନ୍ଦ ଆଚାର୍ଯ୍ୟ, ସୁରେଶ୍ୱରୀ ମହାନ୍ତି, ସମ୍ପଦ ଦାସ, ବିବେକାନନ୍ଦ ଦାସ, ହିମାଦ୍ରୀତନୟା ଚୌଧୁରୀ,  ପ୍ରଦୀପ ଭଞ୍ଜଦେଓ, ଶିକ୍ଷବିତ କବିତା ଦାସ, ପଲକ ପଣ୍ଡା, ଭବେଶ ବେହେରା, ଡା ସୁନନ୍ଦନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ଥିଲେ । ଶେଷରେ ଶିବିର ସଂଯୋଜକ ବରିଷ୍ଠ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହିତ ଉକ୍ତ ଶିବିରରେ ରକ୍ତଦାନ ଦାନ କରିବାପାଇଁ ଯୁବପିଢ଼ିଙ୍କୁ ଅନୁରୋଧ କରିଛନ୍ତି ।