Onn 3

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା

State

କଟକ: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଆବଶ୍ୟକ ଦର୍ଶାଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏଥିରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଛାତ୍ର ସଂସଦ ନିର୍ବାଚନ ନ ହେବା ଯୋଗୁଁ କଣ କ୍ଷତି ହେଉଛି ତାହା ଆବେଦନରେ ଦର୍ଶାଇଛନ୍ତି ଆବେଦନକାରୀ। ଏହି ଜନସ୍ବାର୍ଥ ମାମଲାର ଆବେଦନକାରୀ ହେଉଛନ୍ତି ଏବିଭିପି ରାଜ୍ୟ ସମ୍ପାଦକ।

ନିକଟରେ ବେଙ୍ଗଲ ହାଇକୋର୍ଟ ମଧ୍ୟ ଛାତ୍ର ସଂସଦ ନିର୍ବାଚନ କାହିଁକି ଜରୁରୀ ସେ ନେଇ ଦେଇଥିବା ରାୟ ଉପରେ ନଜର ଦେବାକୁ ଆବେଦନରେ ଦର୍ଶାଯାଇଛି। ନିକଟରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଚଳିତ ବର୍ଷ ମଧ୍ୟ ସ୍ଥଗିତ ରହିବା ରାଜ୍ୟ ସରକାର ନୋଟିଫିକେସନ୍ ଜାରି କରିବା ପରେ ଏନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ଜଣାଯାଇଛି।