Onn 3

ସୁଭଦ୍ରା ମହତାବ କଲେଜର ବାର୍ଷିକ ଉତ୍ସବ ଓ ନୂଆ-ଓଡ଼ିଶା ଉଦଯାପନୀ

State

ନିଶ୍ଚିନ୍ତକୋଇଲି : ଛାତ୍ର ଅବସ୍ଥାରେ ଶୃଙ୍ଖଳା ଜ୍ଞାନ ଶିକ୍ଷା କରାଯାଇଥାଏ , ସ୍କୁଲ ଓ କଲେଜରେ ଶିକ୍ଷା ଗ୍ରହଣ ସହିତ ଶୃଙ୍ଖଳିତ ଭାବେ ବ୍ୟବହାରିକ ଜ୍ଞାନ ଆହରଣ କଲେ ଜୀବନରେ ସଫଳତା ଆସିଥାଏ । ଭଲ ମଣିଷ ହେବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଶୃଙ୍ଖଳିତ ହେବା ଆବଶ୍ୟକ ବୋଲି ଅସୁରେଶ୍ୱର ସ୍ଥିତ ସୁଭଦ୍ରା ମହତାବ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ନୂଆ ଓଡ଼ିଶା ନବୀନ ଓଡ଼ିଶାର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କନ୍ଧମାଳ ସାଂସଦ ତଥ।। କିଟ୍ ଓ କିସ୍ ର ପ୍ରତିଷ୍ଟାତା ପ୍ରଫେସର ଡ଼ଃ.ଅଚ୍ୟୁତ ସାମନ୍ତ ଯୋଗ ଦେଇ ପ୍ରକାଶ କରିଛନ୍ତି । କଲେଜ ଅଧ୍ୟକ୍ଷ ପ୍ରଧ୍ୟାପକ ମହମ୍ମଦ ସକିଲ ଙ୍କ ସଭାପତିତ୍ୱରେ ଶ୍ରୀ ସାମନ୍ତ ପ୍ରଥମେ କାର୍ଯ୍ୟକ୍ରମକୁ ଉଦଘାଟନ କରି ଛାତ୍ର ଛାତ୍ରୀମାନଙ୍କୁ ସବୁ କାର୍ଯ୍ୟରେ ଶୃଙ୍ଖଳିତ ହେବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ରାଜ୍ୟ ତଥା ଦେଶର ବିକାଶ ପାଇଁ ଶିକ୍ଷିତ ହେବା ନିତ୍ୟାନ୍ତ ଜରୁରୀ । ଛାତ୍ର ଛାତ୍ରୀମାନେ ତାଙ୍କ ଜୀବନରେ ଏଭଳି ଶିକ୍ଷା ଗ୍ରହଣ କରନ୍ତୁ ଯାହାଦ୍ୱାରା ପ୍ରତ୍ୟେକ ସମସ୍ୟାକୁ ମୁକାବିଲା କରିବା ପାଇଁ ସକ୍ଷମ ହୋଇପାରିବେ । ଶିକ୍ଷା ହେଉଛି ଉନ୍ନତିର ମୂଳ ଚାବି କାଠି ଯାହା ଛାତ୍ର ଅବସ୍ଥାରୁ ଧର୍ଯ୍ୟର ସହିତ ଗ୍ରହଣ କରିବାକୁ ପଡ଼ିବ ବୋଲି ପ୍ରକାଶ କରିଥିଲେ । କଲେଜ ପରିଚାଳନା କମିଟିର ସଭାପତି ଡ଼ଃ.ରମାନାଥ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏଥ୍‌ôରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ ଓଝା, ଜିଲ୍ଲାପରିଷଦ ଜସ୍ମିତା ସେଠୀ, ସରପଞ୍ଚ ଗୌତମୀ ଦାସ, ସମିତିସଭ୍ୟା ହିମାଦ୍ରି ମିଶ୍ର, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଯୁବନେତା ଅନନ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ଜେନା କଲେଜ ପରିସରରେ ଏକ ବାଳକ ବିଶ୍ରାମଗୃହ ନିର୍ମାଣ ନିମନ୍ତେ ଶୁଭ ଶିଳାନ୍ୟାସ କରିଥିଲାବେଳେ ଅତିଥି ମାନେ ସୁଭଦ୍ରା ମହତାବ ଓ ହରେକୃଷ୍ଣ ମହତାବ୍ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହିତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାଧ୍ୟାପକ ପଦାରବିନ୍ଦ ବିଶ୍ୱାଳ, ବିରଞ୍ଚି ନାରାୟଣ ପଣ୍ଡା, ଅଧ୍ୟାପକ ମନମୋହନ ଖଟୁଆ, ପ୍ରଧ୍ୟାପିକା ପ୍ରଣତୀ ନାୟକ, କଳ୍ପତରୁ ପଟ୍ଟନାୟକ, ଡ଼ଃ.ନରୋତ୍ତମ ବଳ,ନୂଆ-ଓ କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର ଅଧ୍ୟାପକ ସୁଧିର କୁମାର ଦାସ, ବଳରାମ ସ୍ୱାଇଁ, ବିଜୟ କୁମାର ପରିଡ଼ା ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ପ୍ରାଧ୍ୟାପିକା ଡ଼ଃ.ସୁପ୍ରଭା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।