Onn 3

ବାପୁଜୀ ବିଦ୍ୟାପୀଠରେ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ

State

ନିଶ୍ଚିନ୍ତକୋଇଲି : ବରାଦୋ ପଞ୍ଚାୟତ ପାଟପୁର ଠାରେ ଥିବା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କୌଶଳୀ,ଜିଜ୍ଞାସା, ସାହିତ୍ୟସୃଜନୀ ଓ କ୍ରୀଡ଼ାଙ୍ଗନା କ୍ଲବ ଗଠନ କରାଯାଇ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା । ଏଥ୍‌ôରେ ଗାଇଡ଼ ଶିକ୍ଷକ ଦେବପ୍ରସାଦ ଦାସଙ୍କ ଦ୍ୱାରା କୌଶଳୀ କ୍ଲକ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲା ବେଳେ ବହୁ କୃତୀ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନଶିକ୍ଷୟିତ୍ରୀ କିରଣବାଳା ଦାସଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ସାହିତ୍ୟିକ ବଳରାମ ପାତ୍ର, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ରସାନନ୍ଦ ସାମଲ, ସ୍କୁଲ ପରିଚାଳନା କମିଟି ସଭାପତି ଭରତଚନ୍ଦ୍ର ନାୟକ,ଶିକ୍ଷକ ସୀତାକାନ୍ତ ସାମଲ,ମନସ୍ୱିନୀ ଖଟୁଆ,ପ୍ରିୟତମା ଚାନ୍ଦ,ସ୍ନେହଲତା ଦାସ,ମଧୁସ୍ମିତା ସାହୁ,ରାଜଶ୍ରୀ ଜେନା,ଭାନୁପ୍ରିୟା ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଦେବପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।