Onn 3

ଭାଷା ବଞ୍ଚିଲେ ଦେଶ ବଞ୍ଚିବ ଓ ଆମ ସଂସ୍କୃତି ପରମ୍ପରା ସଂକ୍ରାନ୍ତ ଆଲୋଚନା

State

ନିଶ୍ଚିନ୍ତକୋଇଲି : ନତକାଇ ସ୍ଥିତ ବଲ୍ଲଭୀଦେବୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଉପରେ ଆଧାରିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । କଲେଜ ଅଧ୍ୟକ୍ଷା ଡ଼ଃ.ପୁଷ୍ପିତା ଜେନାଙ୍କ ସଭାପତିତ୍ୱରେ ଭାଷା ବଞ୍ଚିଲେ ଦେଶ ବଞ୍ଚିବ ଓ ଆମ ସଂସ୍କୃତି ଆମ ପରମ୍ପରା ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରଧ୍ୟାପକ ଆଦିକନ୍ଦ ସାହୁ ଯୋଗ ଦେଇ ଓଡ଼ିଆ ଭାଷା ଓ ସାହିତ୍ୟ ଉନ୍ନତି ପାଇଁ ସମ୍ପ୍ରତି ଯୁବ ପିଢି ବିଭିନ୍ନ ପଦକ୍ଷେପମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ।

ଏଥ୍‌ôରେ ମୁଖ୍ୟବକ୍ତା ଭାବେ ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପିକା ଡ଼ଃ.ଜୟଶ୍ରୀ ନନ୍ଦ, ସମ୍ମାନୀତ ଅତିଥି ଭାବେ ସାରସ୍ୱତ ସାଧକ ସଚ୍ଚିଦାନନ୍ଦ ମିଶ୍ର ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ବିକାଶ କ୍ଷେତ୍ରରେ ଆଗେଇ ନେବା ପାଇଁ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟାପକ ଡ଼ଃ.ଜୟନ୍ତୀ ସାହୁ, ଦେବଜାନୀ ରାଉତ, ସୁଚିସ୍ମିତା ପ୍ରଧାନ, ସୁଚରିତା ସେନାପତି, ସୁନିତା ଶୁଭଦର୍ଶିନୀ, ଉର୍ବସୀ ସାହୁ, ପ୍ରଭାବତୀ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରୀ ହରହା ବାହାଁ, ଶୁଭଶ୍ରୀ ସାହୁ,ମୋନାଲିସା ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପିକା ଲୋପାମୁଦ୍ରା ରଥ ଧନ୍ୟବାଦ ଅର୍ପଣ କରିଥିଲେ ।