Bijoy Mohapatra 750x430

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜୟ ମହାପାତ୍ର

Politics State

ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗତକାଲି ବିଜେଡିରେ ଯୋଗ ଦେଇଥିଲେ । ଆଜି ବିଜୟ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ କହିଛନ୍ତି,‘‘ମୁଖ୍ୟମନ୍ତ୍ରୀ ପୁଅକୁ ଆଶୀର୍ବାଦ ଦେଲେ, ଭଲ ହେଲା । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ମୁଖ୍ୟମନ୍ତ୍ରୀ ଆଶୀର୍ବାଦ  ଦେଇଥିବା ନେଇ ପୁଅ ଆସି କହିଥିଲା ।’’

ସୂଚନାଯୋଗ୍ୟ, ଗତକାଲି ନବୀନ ନିବାସରେ  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତିରେ ଅରବିନ୍ଦ ବିଜେଡିରେ ଯୋଗ ଦେଇଥିଲେ। ୨୦୧୯ ନିର୍ବାଚନ ପରଠାରୁ ତାଙ୍କୁ ପାଟକୁରା ଓ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ଅନେକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।  ତେଣୁ ସେ ରାଜନୀତି କରିବା ନେଇ ଚର୍ଚ୍ଚା ହେଉଥିଲା ।

ନିକଟରେ ସ୍ୱର୍ଗତ ନଳିନୀ ମହାନ୍ତିଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ସାମିଲ ହୋଇଥିଲେ।