Onn 3

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସମାବର୍ତ୍ତନ ଉତ୍ସବ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରରେ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । ପରିଚାଳନା କମିଟିର ସଭାପତି ଦୀପାଞ୍ଜଳୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏଥ୍‌ôରେ ସମ୍ପାଦକ ତପନ ଦାଶ, କୋଷାଧ୍ୟକ୍ଷ ସୁବୋଧ ଷଢଙ୍ଗୀ ପ୍ରମୁଖ ଯୋଗ ଦେଇ ଦଶମ ଶ୍ରେଣୀ ଭାଇଭଉଣୀ ମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପ୍ରଧାନାଚାର୍ଯ୍ୟ ପ୍ରାଣକୃଷ୍ଣ ମଲିକ ସ୍ୱାଗତ ଭାଷଣ ଓ ନବମ ଶ୍ରେଣୀ ଛାତ୍ରୀ ସିପ୍ରା ଷଢଙ୍ଗୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।

ନବମ ଶ୍ରେଣୀ ଶିଶୁମାନଙ୍କ ଦ୍ୱାରା ଦଶମ ଶ୍ରେଣୀ ଭାଇ ଭଉଣୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ପୁରସ୍କୃତ କରାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମା ପରିଚାଳନା କରିଥିବାବେଳେ ସତ୍ୟନନ୍ଦ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ।