Onn 3

ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ସଚେତନତା ପାଇଁ ଇଭିଏମ ଓ ଭିଭିପ୍ୟାଟ ପ୍ରଦର୍ଶନ କେନ୍ଦ୍ର ଉଦ୍ଘାଟିତ

State

ଜିଲ୍ଲାପାଳ ଦେଲେ ଭୋଟର ସଚେତନତା ବାର୍ତ୍ତା; ସମସ୍ତ ସରକାରୀ କର୍ମଚାରୀ ଦେଲେ ମକ ଭୋଟ

ବାରିପଦା: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ରେ ଭୋଟର ମାନଙ୍କର ନିର୍ଭୁଲ ମତଦାନ ତଥା ସେହି ମତଦାନର ସଠିକତା ସମ୍ପର୍କରେ ନିଶ୍ଚିତ ହେବା ସମ୍ଭନ୍ଧରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଇଭିଏମ ଓ ଭିଭିପ୍ୟାଟ ପ୍ରଦର୍ଶନ କେନ୍ଦ୍ର(Demonstration Centre) ଉଦଘାଟନ କରିଛନ୍ତି। ଉକ୍ତ କେନ୍ଦ୍ରରେ ଇଭିଏମ ଏବଂ ଭିଭିପ୍ୟାଟ ର କାର୍ଯ୍ୟ ପ୍ରକ୍ରିୟା ସହ ପୋଲିଙ୍ଗ ବୁଥ ରେ ମତଦାନ ର ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ଭନ୍ଧ ରେ ମକ ପୋଲିଙ୍ଗ ଜରିଆରେ ଅବଗତ ତଥା ସଚେତନ କରାଯିବ ଯଦ୍ୱାରା ଆଗାମୀ ସାଧାରଣ ନିର୍ବାଚନରେ ପ୍ରତ୍ୟେକ ମତଦାତା ନିର୍ଭୁଲ ଭାବେ ତା’ଙ୍କର ମତଦାନ କରିବା ସହ ସେ ଦେଇଥିବା ଭୋଟଟି ତା’ଙ୍କର ମନୋନୀତ ସଠିକ ପ୍ରାର୍ଥୀ ଙ୍କ ସପକ୍ଷରେ ଯାଇଛି କି ନାହିଁ ସେ ସମ୍ଭନ୍ଧରେ ନିଶ୍ଚିତ ହୋଇପାରିବେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତିଯେ ଏହି ଇଭିଏମ ଏବଂ ଭିଭିପ୍ୟାଟ ପ୍ରଦର୍ଶନ କେନ୍ଦ୍ର ସମସ୍ତ ଉପଖଣ୍ଡ ସଦର ମହକୁମା ଠାରେ ପ୍ରଦର୍ଶିତ ହୋଇଛି ଏବଂ ସମସ୍ତ ଭୋଟର ମାନଙ୍କ ପାଇଁ ଏହା ସକାଳ ୧୦ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ନିର୍ବାଚନ କମିଶନଙ୍କ ସୂଚନାନୁଯାୟୀ ସମସ୍ତ ପଂଜିକୃତ ଭୋଟର ମାନେ ଏହି ଇଭିଏମ ଏବଂ ଭିଭିପ୍ୟାଟ ପ୍ରଦର୍ଶନ କେନ୍ଦ୍ରକୁ ଆସି ନିଜ ନିଜ ମକ ଭୋଟିଂ କରି ପାରିବେ ଏବଂ ସେମାନଙ୍କୁ ଏହି ଇଭିଏମ ମେସିନର କାର୍ଯ୍ୟକାରିତା ଏବଂ ଉପଯୋଗୀତା ବିଷୟରେ ବୁଝାଇବା ପାଇଁ ଜଣେ ସରକାରୀ କର୍ମଚାରୀ ନିୟୋଜିତ ରହିବେ।

କାର୍ଯ୍ୟାଳୟ ପରିସରସ୍ଥ ଏହି ଇଭିଏମ ଓ ଭିଭିପ୍ୟାଟ ପ୍ରଦର୍ଶନ କେନ୍ଦ୍ର ଉଦ୍ଘାଟନୀ ସମୟରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜଙ୍କ ସମେତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା , ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର, ଶ୍ରୀ ଦୌଲତ ଚନ୍ଦ୍ରକାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁ , ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ), ଶ୍ରୀ ଦୁର୍ଗା ଚରଣ ମୁର୍ମୁ, ଡେପୁଟି କଲେକ୍ଟର, ଶ୍ରୀ ବିଶ୍ୱଜିତ ପଣ୍ଡା, ଡେପୁଟି କଲେକ୍ଟର, ଶୁଭଙ୍କରୀ ସୁଦେସ୍ନା ଦାଶ, ବାରିପଦା ଡେପୁଟି କଲେକ୍ଟର, ଶ୍ରୀ ଅନିଲ କୁମାର ମହାନ୍ତି, ବାରିପଦା ସହକାରୀ ଜିଲ୍ଲାପାଳ, ଶ୍ରୀ ନିହାର ରଞ୍ଜନ ଦାସଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି, ଜିଲ୍ଲା ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଏହି ଇଭିଏମ ଓ ଭିଭିପ୍ୟାଟ ପ୍ରଦର୍ଶନ କେନ୍ଦ୍ରରେ ନିଜ ନିଜ ମକ ଭୋଟିଂ କରିଥିବା ସୂଚନା ପ୍ରକାଶ। ସୂଚନା ଥାଉକି, ଜିଲ୍ଲାର ସମସ୍ତ ଉପଖଣ୍ଡ ସମେତ ସମସ୍ତ ବ୍ଲକ, ବିଜ୍ଞାପିତ ଅଂଚଳ ଏବଂ ପୌରାଞ୍ଚଳର ପ୍ରତ୍ୟେକ ପୋଲିଙ୍ଗ ବୁଥ ଏବଂ ଗ୍ରାମ କୁ ପହଂଚି ବିଭିନ୍ନ ମୋବାଇଲ ଭ୍ୟାନ ଗୁଡିକ ନିର୍ବାଚନ ଇଭିଏମ ଓ ଭିଭିପ୍ୟାଟ ଭୋଟର ତଥା ଜନସାଧାରଣ ଙ୍କୁ ମତଦାନ ସମ୍ପର୍କ ରେ ମକ ପୋଲିଙ୍ଗ ଜରିଆରେ ସଚେତନ କରିବ।