Onn 3

“ନୂଆ-ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଘାଟନୀ ଉତ୍ସବ

State

ଆଗରପଡ଼ା :ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରସାର ପରିପ୍ରେକ୍ଷୀରେ ଆଗରପଡ଼ା ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଆଗରପଡ଼ାରେ “ନୂଆ-ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ସଭାପତି ପ୍ରଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପୁରାତନ ମୁଖ୍ୟ ଓଡ଼ିଆ ପ୍ରାଧ୍ୟାପକ ପ୍ରଦୀପ ଜେନା ଓ ପୁରାତନ ମୁଖ୍ୟ ଓଡ଼ିଆ ପ୍ରାଧ୍ୟାପିକା ଡ଼ଃ ପ୍ରଭାତ ନଳିନୀ ମହାପାତ୍ର ସମ୍ମାନୀତ ବକ୍ତା ଭାବେ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମର ମହାନୀୟତା ଉପରେ ଆଲୋକପାତ କରିଥିଲେ ।

ଅନ୍ୟତମ ଅତିଥିଭାବେ ଅଧ୍ୟାପକ ଡ଼ ହରିହର ଦାସ,ନାରାୟଣ ଚନ୍ଦ୍ର ପୁରୀ,ଅଧ୍ୟାପିକା ପ୍ରେମଲତା ଦାଶ,ମୁଖ୍ୟ ସହାୟକ ବିଜୟ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଅଧ୍ୟାପକ ବ୍ରଜମୋହନ ପତି ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପକ ବିଜୟ ସେଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ପ୍ରେମଲତା ଦାଶ ଓ ଅଧ୍ୟାପକ ଡ. ହରିହର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ତାରାକାନ୍ତ ମଲ୍ଲିକ,ଅରବିନ୍ଦ ଦାସ,ପବିତ୍ର ଦାସ,ରାଜେନ୍ଦ୍ର ପାଣିଗ୍ରାହୀ,ମହେଶ୍ୱର ମଲ୍ଲିକ,ନିରଜଂନ ପାଲ,ଚୈତନ୍ୟ ତରିଆ,ଅଧ୍ୟାପିକା ସଂଧ୍ୟାରାଣୀ ନାୟକ,ସାବିତ୍ରୀ ମଂଜରୀ ଦାଶ,ସ୍ୱୟଂସିଦ୍ଧା ମିଶ୍ରଙ୍କ ସମେତ ଲୋକନାଥ ମହାନ୍ତି ପ୍ରମୁଖ ଯୋଗଦେଇ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।