Onn 3

ବାରିପଦାରେ ଲାଗୁ ହେଲା ୱାନ ୱେ ଟ୍ରାଫିକ

State

ବାରିପଦା: ଅଦ୍ୟ ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ଚାଲୁଥିବା ବେଳେ, ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ, ମୋଟର ଭେଇକିଲ ଆକ୍ଟର ଅଧିନିୟମ ୧୭୩ ଏବଂ ୧୧୫ ପ୍ରୟୋଗ କରି ବାରିପଦା ଠାରେ ୱାନ ୱେ ଟ୍ରାଫିକ ନିୟମ ଲାଗୁ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଆଜି ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତ ପୋଲିଙ୍ଗ ଅଧିକାରୀ ମାନେ ଇଭିଏମ ବାକ୍ସ ଏବଂ ଅନ୍ୟାନ୍ୟ ନିର୍ବାଚନ ସାମଗ୍ରୀ ସମସ୍ତ ନିଜ ସାଥିରେ ନେଇ ଆସୁଥିବାରୁ ସମସ୍ତ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ଅଛି। ଏଣୁ ଏଥି ନିମନ୍ତେ, ତକତପୁର ଛକ ଠାରୁ ଆରମ୍ଭ କରି ରଙ୍ଗମାଟିଆ ଛକ ପର୍ଯ୍ୟନ୍ତ ୱାନ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। କୌଣସି ଯାନବାହାନ ଏହି ରାସ୍ତା ଦେଇ ବୁଲାଣି ମାଧ୍ୟମ ରେ ଆସିପାରିବେ ନାହିଁ ବୋଲି ସୂଚନା, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ୱରାଜ ବେହେରାଙ୍କ ଠାରୁ ପ୍ରକାଶ। ସୂଚନା ଥାଉକି, ବାରିପଦା ସ୍ଥିତ ଏମପିସି ମହାବିଦ୍ୟାଳୟ ଏବଂ ଗୋପବନ୍ଧୁ ଶିକ୍ଷକ ଟ୍ରେନିଂ କଲେଜ ଠାରେ ଏହି ଇଭିଏମ ଡିପୋଜିଟ ହେବାର ବ୍ୟବସ୍ଥା କରାଯାଇଛି।