ଆଗରପଡ଼ା : ବନ୍ତ ତହସିଲ ପଧାନପଡ଼ା ପଞ୍ଚଚାୟତ ଚଣ୍ଡୀପୁର ଗାଁରେ ଅଗ୍ନିକାଣ୍ଡ ଘଟି ୨ବଖରା ଘର ସହ ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଚଣ୍ଡୀପୁର ଗାଁର ଏସ୍.କେ ଜୁଲଫୁକାରଙ୍କ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ତାଙ୍କର ୨ବଖରା ଚାଳ ଛପର ଘର ସହ ଫେରି ବ୍ୟାପାର କରିବା ପାଇଁ ଘରେ ରଖିଥିବା ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଛି । ଅଗ୍ନିକାଣ୍ଡ ଦେଖି ଗ୍ରାମବାସୀ ମାନେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।
