Onn 3

ଅକ୍ଚୋବରରେ ପ୍ରଥମ ସପ୍ତାହରେ ପୁଣି ଲଘୁଚାପ !

State

ଭୁବନେଶ୍ୱର ; ପଛକୁ ପଛ ଆସୁଛି ଲଘୁଚାପ । ଗୋଟିଏ ଯିବା ପରେ ଆଉ ଗୋଟିଏ ଦାନା ବାନ୍ଧୁଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏବେ ଦୁଇ ଦିନ ଭିତରେ ଆଉ ଗୋଟିଏ ସୃଷ୍ଟି ହେବ । ସେହିପରି କିଛି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି ଅକ୍ଚୋବର ପ୍ରଥମ ସପ୍ତାହରେ ପୁଣି ଗୋଟିଏ ଲଘୁଚାପ ହୋଇପାରେ । ୱିଣ୍ଡିର ୟୁରୋପିଆନ୍ GFS ମଡେଲ୍ ଅକ୍ଟୋବରରେ ଲଘୁଚାପ ନେଇ ଦର୍ଶାଉଛି । ତେବେ ଏନେଇ ଆଇଏମଡି କୌଣସି ପୂର୍ବାନୁମାନ କରିନି ।

ଅକ୍ଟୋବରରେ ଲଘୁଚାପ ଆସିଲେ ଛନକା ବଢିଥାଏ । କାରଣ ଅକ୍ଟୋବରରେ ଲଘୁଚାପ ବିଭିନ୍ନ ସମୟରେ ବାତ୍ୟାର ରୂପ ନେଇଥାଏ । ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟାରେ ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଆଜିଠୁ ୪ ଦିନ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । କାଲିଠାରୁ ବଢ଼ିବ ବର୍ଷା ପରିମାଣ ଓ ବିସ୍ତୃତି । ଆସନ୍ତାକାଲି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୨୦ରୁ ୨୧ ତାରିଖରେ ବର୍ଷାର ପ୍ରଭାବ ଅଧିକ ରହିବ ।