ସମ୍ବଲପୁର : ଦିନଟିଏ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଫଳରେ ମାଁ ସମଲେଶ୍ୱରୀଙ୍କ ପୀଠରେ ପ୍ରସ୍ତୁତି ଜୋରଦାର ଚାଲିଛି। ଆସନ୍ତା ୨୧ ତାରିଖକୁ ସ୍ଥାନୀୟ ଛୁଟି ଘୋଷଣା କଲେ ସମ୍ବଲପୁର ଆରଡିସି । ସ୍ଥାନୀୟ ଜନ ସମୁଦାୟଙ୍କ ଦାବି ଅନୁସାରେ ନୂଆଁଖାଇ ପରଦିନ ଅର୍ଥାତ୍ ୨୧ ତାରିଖକୁ ଆରଡିସି ଛୁଟି ଘୋଷଣା କରିଛନ୍ତି । ଆରଡିସି ସୁରେଶ ଚନ୍ଦ୍ର ଦଳାଇ ଏହି ଘୋଷଣା କରିଛନ୍ତି । ସମ୍ବଲପୁର, ବରଗଡ ଜିଲ୍ଲା ସମେତ ସୁନ୍ଦରଗଡ ସଦର ସବ୍ଡିଭିଜନକୁ ଛୁଟି ଘୋଷଣା କରାଯାଇଛି ।
ଆସନ୍ତା ବୁଧବାର ନୂଆଁଖାଇ ପାଳିବ ସାରା ପଶ୍ଚିମ ଓଡିଶା । ଫଳରେ ମାଁ ସମଲେଶ୍ୱରୀ ମନ୍ଦିରରେ ସଫେଇ କାମ ଓ ପାର୍ଶ୍ବ ଦେବାଦେବୀଙ୍କ ସିନ୍ଦୁର ଲଗା କାମ ସାରିଛନ୍ତି ପୂଜକ । ମନ୍ଦିର ପରିସରରେ ଥିବା ଛିନ୍ନମାତା, ମଙ୍ଗଳା, ଦୁର୍ଗା, ଗଣେଶ, ନରସିଂହ ପ୍ରଭୃତିଙ୍କୁ ସିନ୍ଦୁର ଲଗା କାମ ସରିଛି ।