144

ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କରଞ୍ଜିଆ ଠାରେ ଜିଲ୍ଲାପାଳ ଜାରି କଲେ ୧୪୪ ଧାରା

State

ଜିଲ୍ଲା ଦଣ୍ଡାଧିକାରୀଙ୍କ ଦ୍ୱାରା ପ୍ରଣୟନ ହେଲା କରଞ୍ଜିଆ ଠାରେ ୧୪୪ ଧାରା

ବାରିପଦା:  ମୟୂରଭଞ୍ଜ ଜିଲ୍ଲାରେ ଚଳିତ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ, ମୁକ୍ତ ଏବଂ ନିରପେକ୍ଷ ଭାବରେ ସଂଚାଳନ କରିବା ପାଇଁ ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ , ୩୦-କରଞ୍ଜିଆ (ଏସ.ଟି) ବିଧାନସଭା କ୍ଷେତ୍ର ତଥା ୪-କେନ୍ଦୁଝର (ଏସ.ଟି) ସଂସଦୀୟ କ୍ଷେତ୍ର ପାଇଁ ୨୫.୦୪.୨୦୨୪ ଦିନ ୧୪୪ ଧାରା ଜାରି କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ନିର୍ଦ୍ଦେଶ ରୁ ସୂଚନା ପ୍ରାପ୍ତଯେ ଆସନ୍ତା ଶନିବାର ଦିନ କରଞ୍ଜିଆ ଠାରେ ହେବାକୁ ଥିବା ମତଦାନ ପାଇଁ ଜିଲ୍ଲା ଦଣ୍ଡାଧିକାରୀ ଶ୍ରୀ ଶିନ୍ଦେ ଏହି ୧୪୪ ଧାରା ସେହି ଦିନ ସକାଳ ୭ଟା ରୁ ଆରମ୍ଭ କରି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ମତଦାନ କେନ୍ଦ୍ର ମାନନ୍କବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଧାରା ପ୍ରଣୟନ ଅନୁଯାୟୀ

କ- ପ୍ରିଜାଇଡିଂ ଅଫିସରଙ୍କୁ ବାଦ ଦେଇ ମତଦାନ କେନ୍ଦ୍ର ଭିତରେ କୌଣସି ବ୍ୟକ୍ତି ମୋବାଇଲ୍ ଫୋନ୍ ବ୍ୟବହାର କରିବେ ନାହିଁ।

ଖ- କୌଣସି ବ୍ୟକ୍ତି ମତଦାନ କେନ୍ଦ୍ରର ୨୦୦ ମିଟର ବ୍ୟାସାର୍ଦ୍ଧରେ କୌଣସି ରାଜନୈତିକ କାର୍ଯ୍ୟକଳାପ କରିବେ ନାହିଁ।

ଗ- କୌଣସି ବ୍ୟକ୍ତି ନିର୍ବାଚନ ସଂପର୍କରେ କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରାକୁ ଡାକିବା, ଆୟୋଜନ କରିବା, ଯୋଗଦେବା, କିମ୍ବା ସମ୍ବୋଧିତ କରିବେ ନାହିଁ।

ଘ- ସିନେମାଟୋଗ୍ରାଫ୍, ଟେଲିଭିଜନ୍ କିମ୍ବା ଅନ୍ୟାନ୍ୟ ସମାନ ଉପକରଣ ମାଧ୍ୟମରେ କୌଣସି ବ୍ୟକ୍ତି ନିର୍ବାଚନ ବିଷୟ କୌଣସି ଜନସାଧାରଣଙ୍କୁ ପ୍ରଦର୍ଶନ କରିବେ ନାହିଁ ।

ଙ- ମତଦାନ ଶେଷ ହେବା ପାଇଁ ସ୍ଥିର ହୋଇଥିବା ସମୟ ସହିତ ୪୮ ଘଣ୍ଟା ମଧ୍ୟରେ ଉପରୋକ୍ତ ନିର୍ବାଚନମଣ୍ଡଳୀରେ କୌଣସି ମ୍ୟୁଜିକାଲ୍ କନ୍ସର୍ଟ କିମ୍ବା କୌଣସି ନାଟ୍ୟ ପ୍ରଦର୍ଶନ କିମ୍ବା ଅନ୍ୟ କୌଣସି ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କିମ୍ବା ଆୟୋଜନ କରି କୌଣସି ବ୍ୟକ୍ତି, ସେହି ଅଂଚଳର ଜନସାଧାରଣଙ୍କ ନିକଟରେ ପ୍ରଚାର କରିବେ ନାହିଁ।

ଏହି ପରିପ୍ରେକ୍ଷୀରେ, ପୋଲିସ ଅଧୀକ୍ଷକ ମୟୂରଭଞ୍ଜ ଏହି ନିର୍ଦ୍ଦେଶନାମା ଘୋଷଣା କରିବେ ଏବଂ ତୁରନ୍ତ ସଂପୃକ୍ତ ସ୍ଥାନର ଆରକ୍ଷୀ ଅଧିକ୍ଷକ ମାଧ୍ୟମରେ ବିଭାଗ ୧୩୪/୬୨ Cr.P.C ନିର୍ଦ୍ଦିଷ୍ଟ ପଦ୍ଧତିରେ ଅବଗତ କରାଇବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ ୨୫.୦୪.୨୦୨୪ ତାରିଖ ସନ୍ଧ୍ୟା ୬ ରୁ କାର୍ଯ୍ୟକାରୀ ହେବ ଏବଂ ୩୦-କରଞ୍ଜିଆ (ଏସ.ଟି) ବିଧାନସଭା ନିର୍ବାଚନମଣ୍ଡଳୀ ତଥା ୪-କେନ୍ଦୁଝର (ଏସ.ଟି) ଲୋକସଭା ପାଇଁ ଏକକାଳୀନ ସାଧାରଣ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ।