Onn 3

ଶିମିଳିପାଳ ସୁରକ୍ଷା ପ୍ରସଙ୍ଗରେ ଅଷ୍ଟମ ଦିନର ସଚେତନତା ପଦଯାତ୍ରା

State

ବାରିପଦା: ବାରିପଦା ର ମୁରୁଗାବାଡି ରୁ ଶୋଭାଯାତ୍ରା ପୋଡାଅସ୍ତିଆ ଅଭିମୁଖେ ଯିବା ସମୟ ରେ ବାରିପଦା ବାସୀଙ୍କ ଅକୁଣ୍ଠ ସମର୍ଥନ, ସହଯୋଗ ଏବଂ ସମ୍ବର୍ଦ୍ଧନା ଦେଖିବାକୁ ମିଳିଥିଲା ମୁର୍ଗାବାଡି ଠାରେ ପ୍ରଥମେ ଭଞ୍ଜସେନା ର କର୍ମକତ୍ତା ମାନେ ପଦଯାତ୍ରୀ ଙ୍କୁ ସ୍ୱାଗତ ଜଣାଇ ଥିଲେ | ବାରିପଦା କଲେଜ ର ଛାତ୍ରଛାତ୍ରୀ, 17ନମ୍ବର ୱାର୍ଡ କାଉନସିଲର କରୁଣାକର ହେମ୍ବ୍ରମ ଏବଂ ସମର୍ଥକ, କୁମାରଶ କ୍ଳବ, ଜଗଦ୍ଧାତ୍ରୀ ପୂଜା କମିଟି,ଡି ଆର କେ କ୍ଳବ, ଶାନ୍ତି ବିଦ୍ୟା ମନ୍ଦିର ସ୍କୁଲ, ମୟୁରଭଞ୍ଜ ମିରର ଟିମ, ବାର ଏଶୋସେସନ, ବଳାଙ୍ଗି ମୋହତ୍ସବ କମିଟି, ଭଞ୍ଜସେନା ଯୁବ ଶାଖା, ଭଂଜପୁର ମହିଳା ସମିତି, ଭଞ୍ଜସେନା ଛାତ୍ର ଗଣ, ଇନ୍ସପାଏର ଡାନ୍ସ ଗ୍ରୁପ, କାର୍ତ୍ତିକେଶ୍ୱର ପୂଜା କମିଟି ଭଞ୍ଜସେନା ଯୁବ ଛାତ୍ର ସଂଗଠନ, ବାରିପଦା ର ସବୁ ବର୍ଗ ର ବ୍ୟବସାଇ ଭାଇ ମାନେ, ବଡବଜ଼ାର କ୍ଳବ, ଭଞ୍ଜସେନା ବାରିପଦା ଉପଖଣ୍ଡ ଶାଖା, କୁମାର ଉତ୍ସବ ସମିତି, ମନ୍ଦିର ପୂଜକ ଗଣ, କିନ୍ନର ଗଣ, ମଧୁବନ ସିନିୟର ସିଟିଜେନ ସଦସ୍ୟ ଗଣ, ଷ୍ଟେସନ ବଜ଼ାର ବଣିକ ସଙ୍ଘ, ମା ଭ୍ୟରବି କ୍ଳବ, ମଧୁବନ ଅଟ ଡ୍ରାଇଭର ସଙ୍ଘ, ଲୋକାଲ ଟ୍ରକ ଓ୍ୱାନର ଏସୋସେସନ, ଟ୍ରାକଟର ଡ୍ରାଇଭର ଏସସେସନ, ମଧୁବନ ତଳସାହି ମହିଳା ଗଣ ଏବଂ ଶେଷରେ ଭଞ୍ଜସେନା ମୁଖପାତ୍ର ଙ୍କ ନେତୃତ୍ୱ ରେ ଅସ୍ତିଆ ଠାରେ ସମ୍ବର୍ଦ୍ଧନା ଦିଆ ଯିବା ସହିତ ବହୁ ସଂଗଠନ ଆଜି ଜଡିତ ହୋଇଥିଲା, ଆଜିର ଏହି କାଯ୍ୟ କ୍ରମ ରେ 17ନମ୍ବର ୱାର୍ଡ କାଉନସିଲର କରୁଣାକର ହେମ୍ବ୍ରମ,ମୟୁରଭଞ୍ଜ ଏଥଲେଟିକ୍ସ ଏସୋସିଏସନ ସାଧାରଣ ସମ୍ପାଦକ ବିଜୟ ଦାସ, ବାରିପଦା ବାର ଏସୋସିଏସନ ସଭାପତି ପ୍ରଦୀପ ରଥ, ଉପସଭାପତି ସୁଜାତା ଦାସ, ସାଧାରଣ ସମ୍ପାଦକ ବିପ୍ଳବ ବାରିକ, ଆଇନଜୀବି ସ୍ୱରୂପ ମିଶ୍ର, ପରିବେଶବିତ ଭାନୁମିତ୍ର ଆଚାର୍ଯ୍ୟ, ସଂଯୁକ୍ତା ବସା, ଓଡ଼ିଆ ନାୟକ ସ୍ୱରାଜ ବାରିକ, ସିନିୟର ସିଟିଜେନ ଫୋରମ ର ସଦସ୍ୟ ଗଣ, ଓଡ଼ିଆ ଚଳଚିତ୍ର ନିର୍ଦେଶକ ସଂଜୀବ ଦ୍ବିବେଦୀ, ଇଂ. ବିପ୍ଳବ ଭଂଜନ ବୁଗୁଡେଇ, ଇଉଫୋରିଆ ସଭାପତି ତାପସ ପାଢ଼ୀ, ବ୍ୟବସାୟୀ ସଙ୍ଘ ସଭାପତି ଅମିତାଭ ସାହୁ, ତରୁଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ|

ପଦଯାତ୍ରା ସମୟରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ପୁର୍ଣ ଚନ୍ଦ୍ର ଭଞ୍ଜଦେଓ, ପ୍ରତାପ ଚନ୍ଦ୍ର ଭଞ୍ଜଦେଓ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ | ତାସହିତ ଭଞ୍ଜପୁର ରେ ସୁନାରାମ ସୋରେନ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଏବଂ ପୋଡାଅସ୍ତିଆ ରେ ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଛନ୍ତି | ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଈତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନତାରେ ହୋଇଥିବା କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ, ଶୃଙ୍ଖଳାଗତ କମିଟି ଅଧକ୍ଷ ସତ୍ୟଶ୍ଵରୂପ ଦାଶ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ, ଜିଲ୍ଲା ଉପସଭାପତି ରାକେଶ ମହାନ୍ତି, ପ୍ରଶାନ୍ତ ମହାକୁଡ଼, ମୁଖପାତ୍ର ମାନସ ବେହେରା, ଜିଲ୍ଲା ଯୁବଛାତ୍ର ସଂଯୋଜକ ଏସ କେ ରାଜାଖାନ, ଜିଲ୍ଲା ଯୁବଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ଜିଲ୍ଲା ସାଧାରଣ ସମ୍ପାଦକ ଧନଞ୍ଜୟ ସାହୁ, ଜିଲ୍ଲା ଛାତ୍ର ଶାଖା ସଭାପତି ପ୍ରୀତମ ପଣ୍ଡା, ଜିଲ୍ଲା ସଂଗଠନ ସମ୍ପାଦକ ଗଣେଶ ମହାନ୍ତି, ବାରିପଦା ସହର ସଭାପତି ସିଂଙ୍ଗରାୟ ହେମ୍ବ୍ରମ, ସାଧାରଣ ସମ୍ପାଦକ ଅମିତ କୁମାର, ଦିପେଶ ଅଗ୍ରୱାଲ ପ୍ରମୁଖ ସଂଯୋଜନା କରିଥିଲେ |