Photo For The News Of Pabitra

ଭିନ୍ନକ୍ଷମଙ୍କ ଭିନ୍ନ ଏକ ପ୍ରୟାସ, କୋମଳ ହାତର ସ୍ପର୍ଶରେ ନିର୍ମାଣ କରୁଛନ୍ତି ଜୀବନ୍ତ ମୂର୍ତ୍ତି

State

ଆଗରପଡ଼ା : ଜନ୍ମର କିଛିବର୍ଷ ପରେ ଶ୍ରବଣ ବାଧିତ ହେଲେବି ନିଜର କୋମଳ ହାତର ସ୍ୱର୍ଶର ସୃଷ୍ଟି କରନ୍ତି ଜିବନ୍ତ ମୂର୍ତ୍ତିା କୋମଳ ବୟସରୁ ମାଟି,ବାଲି,ରଙ୍ଗ ଆଉ ତୂଳୀ ସାହାଯ୍ୟରେ ବିଭିନ୍ନ ପର୍ବପର୍ବାଣୀ ରେ ପାଳିତ ହେଉଥିବା ଦେବା ଦେବୀଙ୍କ ମୂର୍ତ୍ତିକୁ ସୁନ୍ଦର ଭାବରେ ନିର୍ମାଣ କରି ଆଜି ସେ ବେଶ ଖୁସି ଅନୁଭବ କରନ୍ତି । ବର୍ତମାନ ଗଣପତିଙ୍କ ପୂଜା ଆରମ୍ଭ ହେବାକୁ ଥିବା ବେଳେ ମୂର୍ତ୍ତି ଗଢିବାରେ ନିମଗ୍ନ ହୋଇଛନ୍ତି ପବିତ୍ର । ଏହି ପରି ଜଣେ ନିଆରା ଯୁବଶିଳ୍ପୀ ହେଉଛନ୍ତି ବନ୍ତ ବ୍ଲକ ଅନ୍ତର୍ଗତ ବସନ୍ତିଆ ଗ୍ରାମର ପିତା ବନ ଦାସ ଓ ମାତା ସାବିତ୍ରୀଙ୍କ ଼ପୁତ୍ର ପବିତ୍ର(୧୮) । ବାଲ୍ୟାବସ୍ଥାରୁ ସେ ଚିତ୍ର କରିବା ସହ ମୂର୍ତ୍ତି ନିର୍ମାଣ ପାଇଁ ଆକୃଷ୍ଟ ହୋଇଥିଲେ । ବିଦ୍ୟାଳୟରେ ପାଠ ପଢ଼଼ିବା ବେଳେ ଚିତ୍ର ଅଙ୍କନ ସହ ବିଭିନ୍ନ ମୂର୍ତ୍ତି ନିର୍ମାଣ କରି ବିଭିନ୍ନ ସ୍ଥାନରୁ ପୁରସ୍କୃତ ହେବାପରେ ମୁର୍ତ୍ତି ନିର୍ମାଣକୁ ନେଇ ତାଙ୍କର ଆଗ୍ରହ ବହୁଗୁଣିତ ବଢ଼ାଇଥିଲା । ତାଙ୍କ ଗ୍ରାମ ମା’ କାଳୀଙ୍କ ପୂଜା ପାଇଁ ଉକ୍ତ ଅଂଚଳରେ ବେଶ ପରିଚିତ ଥିଲା । ତେଣୂ ପୂଜା ସମୟରେ ମା’ଙ୍କ ମୂର୍ତ୍ତି ଗଡିବା ପାଇଁ ବାହାରୁ ବହୁ ନାମୀଦାମୀ କାରିଗର ନିଯୁକ୍ତି ହେଉଥିଲେ । ପବିତ୍ର ସେମାନଙ୍କ ପାଖରୁ ମୂର୍ତ୍ତି ନିର୍ମାଣ କୌଶଳ ଶିକ୍ଷା କରୁଥିଲେ । ହାଇସ୍କୁଲରୁ ଦଶମ ପାଶ କଲାପରେ ନିଜର ଭବିଷ୍ୟତ ଓ ପରିବାର ପ୍ରତିପୋଷଣ ପାଇଁ ଏହି କଳାକୃତିକୁ ନିଜର ଭବିଷ୍ୟତ ବୋଲି ଧରିନେଇଥିଲେ । ଶେଷରେ ନିଜର ଆତ୍ମବିଶ୍ୱାସ ବଳରେ ସେ ଆଜି ବିଭିନ୍ନ ମୂର୍ତ୍ତି ନିର୍ମାଣ କରି ନିଜକୁ ଜଣେ ନିପୂଣ ଶିଳ୍ପୀ ଭାବେ ଗଢି ପାରିଛନ୍ତି । ବର୍ତ୍ତମାନ ଗଣେଶଙ୍କ ପୂଜା ଆରମ୍ଭ ହେବାକୁ ଥିବା ବେଳେ ମୂର୍ତ୍ତି ନିର୍ମାଣ ରେ ସେ ନିମଗ୍ନ ଅଛନ୍ତି । ଜନ୍ମର କିଛି ବର୍ଷ ପରେ ପବିତ୍ରଙ୍କ ଶ୍ରବଣ ଶକ୍ତିରେ ସମସ୍ୟା ଦେଖାଦେଇଥିଲା । ଏଥିପାଇଁ ତାଙ୍କୁ ମଧ୍ୟ ଭିନ୍ନକ୍ଷମ ପ୍ରମାଣପତ୍ର ସହ ଶ୍ରବଣ ଯନ୍ତ୍ର ମଧ୍ୟ ମିଳିଥିଲା । ମାତ୍ର ତାହା ହେଲେ ତାହା ଖରାପ ହୋଇଯାଇଥିବାରୁ ସେ ନୂଆ ଯନ୍ତ୍ରଟିଏ କିଣି ପାରି ନାହାନ୍ତି । ଭିନ୍ନକ୍ଷମ ହୋଇମଧ୍ୟ ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେ ଏକ ଭିନ୍ନ ପ୍ରୟାସ ଜାରୀ ରଖିଥିଲେ ସୁଦ୍ଧା ତାଙ୍କୁ ଏଥିରେ ଅର୍ଥ ପ୍ରତିବନ୍ଧକ ସାଜିଛି । ସରକାରୀ ସ୍ତରରେ ସାହାଯ୍ୟ ସୁବିଧା ମିଳିପାରିଲେ ସେ ତାଙ୍କ ପ୍ରତିଭାକୁ ଆହୁରି ଆଗକୁ ନେଇ ନିଜକୁ ଏକ ପ୍ରତିଷ୍ଠିତ କଳାକାର ଭାବେ ଗଢିତୋଳିପାରନ୍ତେ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।